ଭୁବନେଶ୍ୱର ୧୨/୩ : ୭ଟି ପର୍ୟ୍ୟାୟରେ ଭୋଟ ଗ୍ରହଣ ହୋଇ ମେ ମାସ ୨୩ ତାରିଖରେ ଭୋଟ ଗଣତି ହେବ । ତେବେ ଏହି ନିର୍ବାଚନକୁ ଅପରାଧୀ ମୁକ୍ତ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବସିଛି ସର୍ବଦଳୀୟ ବୈଠକ । ବୈଠକରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ସାମିଲ ହୋଇଛନ୍ତି । ରାଜନୈତିକ ଦଳକୁ ନୂଆ ନିୟମ ବିଷୟରେ ଅବଗତ କରାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ଏଥିହିତ ନିର୍ବାଚନରେ କଣ କରିବେ ଏବଂ କଣ ନକରିବେ ଏନେଇ ମଧ୍ୟ ବୁଝାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।
ଅଧିକାରୀ କହିଛନ୍ତି କି, ଚଳିତ ନିର୍ବାଚନ ପାଇଁ ଅନେକ ନୂଆ ନିୟମ ଆସିଛି । ବର୍ଷେ ପରିବର୍ତ୍ତେ ପ୍ରାର୍ଥୀଙ୍କୁ ୫ ବର୍ଷର ଆୟକର ରିଟର୍ଣ୍ଣ ଦେବାକୁ ପଡିବ । ସେହିପରି ପାନ୍ ନମ୍ବର ଦେବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ପାନ ନମ୍ବର ନଥିଲେ ପାନ ଆବେଦନ କରିଥିବାର ସତ୍ୟପାଠ ଦେବାକୁ ପଡିବ । ପ୍ରାର୍ଥୀ ନିଜ ଅପରାଧ ରେକର୍ଡ ସର୍ବସାଧାରଣଙ୍କୁ ଜଣାଇବାକୁ ହେବ । କାରଣ ଏଥର ସମସ୍ତ ପ୍ରାର୍ଥୀ ନିଜ ନାଁରେ ଥିବା ଅପରାଧିକ ମାମଲାର ତଥ୍ୟ ଦେବା ବାଧ୍ୟତାମୂଳକ ହୋଇଛି ।