ଭୁବନେଶ୍ୱର ୧୯/୧ : ଭୁବନେଶ୍ୱରର କପିଳେଶ୍ୱର ନିକଟସ୍ଥ କେନାଲବନ୍ଧ ବସ୍ତିରେ ଏକ ଦୁଃଖଦ ଘଟଣା ଘଟିଛି । ନିଆଁରେ ପୋଡ଼ିହୋଇ ସ୍ୱାମୀ, ସ୍ତ୍ରୀ ଓ ତାଙ୍କର ୪ ବର୍ଷର ସନ୍ତାନ ଗୁରୁତର ହୋଇପଡ଼ିଛନ୍ତି । ସେମାନଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭତ୍ତି କରାଯାଇଥିଲା । ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ଏସସିବି ମେଡ଼ିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ଘଟିଥିବା କୁହାଯାଉଛି ।