ରାଜ୍ୟ

ନନ୍ଦନକାନନରେ ସାଧାରଣ ଜନତାଙ୍କ ଆନ୍ଦୋଳନ

Published

on

ଭୁବନେଶ୍ୱର : ହରପିସ ଭୁତାଣୁରେ ସଂକ୍ରମିତ ହୋଇ ନନ୍ଦନକାନନରେ ମାସକ ଭିତରେ ୪ ଟି ହାତୀର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସାଧାରଣ ଜନତା ଓ ନେତା ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଜଟଣୀର କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ନେତୃତ୍ୱରେ ଆଜି ବିକ୍ଷୋଭ ଓ ଧାରଣା ଦିଆଯାଇଛି । ଦାରୁଠେଙ୍ଗ ଡମ୍ପିଙ୍ଗୟାର୍ଡକୁ ଉଚ୍ଛେଦ କରିବାକୁ ଦାବି କରିଛନ୍ତି । ଉତ୍ତେଜନା ପରିସ୍ଥିତିକୁ ନଜରରେ ରଖି ନନ୍ଦନକାନନ କର୍ତ୍ତୁପକ୍ଷ ଗେଟରେ ତାଲା ପକାଇ ଦେଇଛନ୍ତି । ଆଜି ଶତାଧିକ କର୍ମୀ ନନ୍ଦନକାନନ ସମୁଖରେ ବିକ୍ଷୋଭ କରିବା ସହିତ ନାରାବାଜି କରିଛନ୍ତି । ସେମାନେ ଦାରୁ ଠେଙ୍ଗ ଡମ୍ପିଙ୍ଗୟାର୍ଡ ଉଚ୍ଛେଦ କରିବାକୁ ଦାବି କରିଛନ୍ତି ଏବଂ କହିଛନ୍ତି ଏହାର ଶିଘ୍ର ସମାଧାନ ନ ହେଲେ ବିଏମସି କାର୍ଯ୍ୟାଳୟରେ ଘେରାଉ କରାଯିବବୋଲି ସୁର ରାଉତ ଚେତାବନୀ ଦେଇଛନ୍ତି । ତେବେ ହାତୀମାନଙ୍କର ରକ୍ତ ନମୁନା ପରିକ୍ଷା ହେବା ସହିତ ରୋଗ କିପରି ନ ବ୍ୟାପିବ ତାହା ପ୍ରତି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ନିର୍ଦ୍ଦେଶକ ଜୟନ୍ତ ଦାଶ କହିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version