ରାଜ୍ୟ

ନଦୀରେ ଗାଧୋଉଥିବାବେଳେ କୁମ୍ଭୀର ଆକ୍ରମଣ

Published

on

କେନ୍ଦ୍ରାପଡା ୭/୩ : ପାଣି ଭିତରେ ଲଢେଇ କରି ଜୀବନ ବଂଚାଇଛନ୍ତି କେନ୍ଦ୍ରାପଡା ଯୁବକ । ଏଥିରେ ସଂପୃକ୍ତ ଯୁବକଙ୍କ ବାମ ହାତ ଗଭୀର ଭାବେ ଆଘାତ ହୋଇଛି । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ରାଜନଗର ବ୍ଲକ ରାଜପୁର ଗାଁରେ । ଗାଁର ବ୍ରାହ୍ମଣୀ ନଦୀରେ ଥିବା ବାଥିଂ ଘାଟରେ ଭାଗବତ ରାଉତ ନାମକ ଜଣେ ଯୁବକ ଗାଧୋଉଥିଲେ । ଏହି ସମୟରେ ବାଥିଂ ଘାଟରେ ତାର ଜାଲି ଛିଡିଯାଇଥିଲା । ଆଉ କୁମ୍ଭୀର ଆସି ଭାଗବତଙ୍କୁ ଆକ୍ରମଣ କରିଥିଲା । କୁମ୍ଭୀର ତାଙ୍କ ବାମ ହାତକୁ ଧରିଦେଇଥିଲା । ଭାଗବତ କିନ୍ତୁ ସାହସର ସହ ଲଢି ନିଜକୁ ରକ୍ଷା କରିଥିଲେ । ଆକ୍ରମଣରେ ଭାଗବତଙ୍କ ହାତ ଗୁରୁତର ହୋଇଛି । ତାଙ୍କୁ କେନ୍ଦ୍ରପଡା ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version