ନୂଆଦିଲ୍ଲୀ ୩୧/୫ : ଧର୍ମେନ୍ଦ୍ରଙ୍କୁ ପୁଣି ମିଳିଲା ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ । ଏହ ସହ ତାଙ୍କୁ ଇସ୍ପାତ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି । ଧର୍ମେନ୍ଦ୍ର ପ୍ରଧାନ ମୋଦି ମନ୍ତ୍ରୀମଣ୍ଡଳର ପ୍ରଥମ ପାଳିରେ ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥିଲେ ।ଚଳିତ ନିର୍ବାଚନରେ ବିଜେପି ୮ଟି ଲୋକସଭା ଆସନରେ ବିଜୟୀ ହେବା ପଛରେ ଧର୍ମେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୁମିକା ଥିଲା । ତେଣୁ ତାଙ୍କୁ ପୁଣି ଥରେ କ୍ୟାବିନେଟ ମନ୍ତ୍ରୀ ପଦ ମିଳିଛି ।
ଅନ୍ୟପଟେ ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜ ମନ୍ତ୍ରିମଣ୍ଡଳରୁ ବାଦ ପଡିଥିବାରୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦାୟିତ୍ୱ ଟେକ୍ନୋକ୍ରାଟ୍ ଏସ ଜୟଶଙ୍କର ମିଳିଛି । ସେହିପରି ମୋଦିଙ୍କ ପ୍ରଥମ ସରକାରରେ ଆଇନ ମନ୍ତ୍ରୀ ଥିବା ରବିଶଙ୍କରଙ୍କୁ ଏଥର ପୁଣି ଥରେ ଆଇନୀ ମନ୍ତ୍ରୀ କରାଯିବା ସହ ସୂଚନା ଓ ପ୍ରଯୁକ୍ତ ବିଦ୍ୟାର ଦାୟିତ୍ୱ ଦିଆଯାଇଛି । ସେହିଭଳି ହରଦିପ ସିଂଙ୍କୁ ଖାଦ୍ୟ ପ୍ରକିୟା କରଣ ମନ୍ତ୍ରଣାଳୟ ମିଳିଛି । ମୋଦିଙ୍କ ଦ୍ୱିତୀୟ ପାଳିର ମନ୍ତ୍ରିମଣ୍ଡଳରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଥରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ୍ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି ।