ରାଜ୍ୟ

ଦ୍ୱାର ଫିଟା ନୀତିରେ ବିଳମ୍ବ : 18 ସେବାୟତଙ୍କୁ ନୋଟିସ

Published

on

ପୁରୀ ୧୬/୧ : ଗତମାସ ୨୮ ତାରିଖରେ ସେବାୟତମାନେ ଶ୍ରୀମନ୍ଦିର ଦ୍ୱାର ଫିଟାଇବାରେ ଦୀର୍ଘ ସମୟ ବିଳମ୍ବ କରିଥିବା ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ଏ ସଂକ୍ରାନ୍ତରେ 18 ଜଣଙ୍କୁ ନୋଟିସ ଜାରି କରି କୈଫିୟତ ତଲବ କରିଛି । ୭ ଦିନ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଜଣେ ସେବାୟତଙ୍କୁ ପୋଲିସ ମାଡ଼ ମାରିବା ଘଟଣାର ପ୍ରତିବାଦରେ ଗତ ୨୮ ତାରିଖରେ ସେବାୟତମାନେ ଦୀର୍ଘ ସମୟ ଧରି ଦ୍ୱାର ଖୋଲି ନଥିଲେ । ଫଳରେ ଶ୍ରୀଜୀଉଙ୍କ ନୀତି ଦୀର୍ଘ ୧୪ ଘଣ୍ଟା ବିଳମ୍ବିତ ହୋଇଥିଲା । ଠାକୁରମାନେ ସେପର୍ଯ୍ୟନ୍ତ ଉପାସରେ ରହିଥିଲେ । ଏହାକୁ ନେଇ ସାରା ରାଜ୍ୟରେ ବଡ଼ ଧରଣର ହଇଚଇ ସୃଷ୍ଟି ହୋଇଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version