ଭୁବନେଶ୍ଵର ୧୯/୪ : ଦ୍ଵିତୀୟ ପର୍ୟ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨ ପ୍ରତିଶତ ମତଦାନ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ପରମାଣିକ ଆଜି ଏହି ସୂଚନା ଦେଇଛନ୍ତି। ଗତକାଲି ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୪ ପ୍ରତିଶତ ମତଦାନ ହୋଇଥିଲା। ଏହି ପର୍ୟ୍ୟ୍ୟାରେ ୨୭୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇ ଯାଇଛି। ପ୍ରଥମ ପର୍ୟ୍ୟା ୟ ତୂଳନାରେ ଦ୍ଵିତୀୟ ପର୍ୟ୍ୟାୟରେ ଭୋଟ୍ ହାର ହ୍ରାସ ପାଇଛି। ପ୍ରଥମ ପର୍ୟ୍ୟାୟରେ ୭୩.୭୬ ପ୍ରତିଶତ ମତଦାନ ହୋଇଥିବା ବେଳେ ଦ୍ଵିତୀୟ ପର୍ୟ୍ୟାୟରେ ୭୨ ପ୍ରତିଶତ ମତଦାନ ହୋଇଛି।
ଏଥିରେ ଓଡ଼ିଶାରେ ୩୫ ବିଧାନସଭା ଓ ୫ଟି ଲୋକସଭା ଆସନ ପାଇଁ ମତଦାନ ହୋଇଥିଲା। ବରଗଡ଼ରେ ୭୭.୭୩ ପ୍ରତିଶତ, ସୁନ୍ଦରଗଡ଼ରେ ୭୧.୫୨ ପ୍ରତିଶତ, ବଲାଙ୍ଗୀର ୭୪.୩୩ ପ୍ରତିଶତ, ବଲାଙ୍ଗୀରରେ ୭୪.୩୩ ପ୍ରତିଶତ, କନ୍ଧମାଳରେ ୬୯.୨୪ ପ୍ରତିଶତ ଓ ଆସ୍କାରେ ୬୫.୮୯ ପ୍ରତିଶତ ହୋଇଛି।
ଏହି ପର୍ୟ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନରସିଂହ ମିଶ୍ର, କନକ ବର୍ଦ୍ଧନ ସିଂହଦେଓ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, କଳିକେଶ ନାରାୟଣ ସିଂହ ଦେଓ, ପ୍ରସନ୍ନ ଆଚାର୍ୟ୍ୟ, ଐରଖାରବେଳ ସ୍ଵାଇଁ, କନକ ବର୍ଦ୍ଧନ ସିଂହ, ନରସିଂହ ମିଶ୍ରଙ୍କ ସହିତ ଅନେକ ବଡ଼ ବଡ଼ ହେବିଓ୍ଵେଟ୍ ନେତାଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇ ଯାଇଛି। ଏଥିରେ ଓଡ଼ିଶାରେ ୩୫ ବିଧାନସଭା ଓ ୫ଟି ଲୋକସଭା ଆସନ ପାଇଁ ମତଦାନ ହୋଇଥିଲା। ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କାରେ ମୋଟ ୨୭୯ ଜଣ ପ୍ରାର୍ଥୀ ମଇଦାନରେ ଥିଲେ।