ଦେଶ ବିଦେଶ

ଦୁହେଁ ମିଶି ପାଳିଲେ ସାଂସଦ ର ଜନ୍ମଦିନ

Published

on

ନୂଆଦିଲ୍ଲୀ:ମେ ୧୩, ୧୯୫୨ ମସିହା ।
ଏହି ଦିନ ଜନ୍ମ ନେଇଥିଲା ବିଶ୍ୱର ସର୍ବ ବୃହତ ଗଣତନ୍ତ୍ରର ମହାନ ଅନୁଷ୍ଠାନ ରାଜ୍ୟସଭା।
ଗତକାଲି ଅର୍ଥାତ ବୁଧବାର ଦିନ ଥିଲା ଏହି ଅନୁଷ୍ଠାନର ୬୮ ତମ ଜନ୍ମ ଶତବାର୍ଷିକୀ।
କରୋନା ମହାମାରୀର ତାଣ୍ଡବଲୀଳାରେ ତ୍ରସ୍ତ ସମସ୍ତେ ଭୁଲି ଯାଇଥିଲେ ଭାରତୀୟ ଗଣତନ୍ତ୍ର ଇତିହାସର ଏହି ମହାନ ଦିନଟିକୁ।
ହେଲେ ଭୁଲିନଥିଲେ ଲୋକସଭା ଓ ରାଜ୍ୟସଭାର ଦୁଇ ଅଧିଷ୍ଠାତା ମହୋଦୟ।
ଏହି ଦିନ ଲୋକସଭା ଏବଂ ରାଜ୍ୟସଭାର ପ୍ରଥମ ସଂଯୁକ୍ତ ବୈଠକ ବସିଥିଲା।

ଲୋକସଭାର ଅଧ୍ୟକ୍ଷ ଓଁମ ବିର୍ଲା ଏବଂ ଉପ ରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ଏକାଠି ହୋଇ ଏହି ମହାନ ଦିନଟିକୁ ଏକାଏକା ନିରାଡ଼ମ୍ବର ଭାବେ ପାଳନ କରିଥିଲେ।
ଭେଙ୍କୟା ନାଇଡୁଙ୍କ ଘରେ ଦୁହେଁ ଏକାଠି ହୋଇ ଏହି ମହାନ ଦିନରେ ଏହି ମହାନ ଅନୁଷ୍ଠାନର ସ୍ମୃତିଚାରଣ କରିଥିଲେ।

ସମ୍ବିଧାନରେ ବର୍ଣିତ ସଂଯୁକ୍ତ ରାଜ୍ୟ ପରିଷଦ ବା ଅପ୍ପର ହାଉସର ଭାରତୀୟ ନାମକରଣ ୧୯୫୪ ମସିହାରେ ରାଜ୍ୟସଭା ହୋଇଥିଲା ବୋଲି ନାଇଡୁ କହିଥିଲେ।
ପ୍ରଥମ ଦିନରେ ନଅଜଣ ମହିଳାଙ୍କ ସମେତ ୧୯୭ ଜଣ ଶପଥ ଗ୍ରହଣ କରିଥିଲେ। ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ଏନ ଗୋପଲସ୍ୱାମୀ ଆୟଙ୍ଗର ପ୍ରଥମ ସଭ୍ୟ ଭାବେ ଶପଥ ଗ୍ରହଣ କରିଥିଲେ। ପ୍ରଥମ ମହିଳା ଭାବେ ପୁଷ୍ପଲତା ଦାସ ଶପଥ ନେଇଥିଲେ। ଲାଲ ବହାଦୁର ଶାସ୍ତ୍ରୀ,ବି ପଟ୍ଟଭୀଷିତରାମୟା,ବି.ଆର ଆମ୍ବେଦକର, କୁମାରୀ ଭିଜୟା ରାଜେ,ଭାଓଲେଟ ଆଲଭା, ଅଭିନେତା ପୃଥିବୀ ରାଜ କପୂର ଏବଂ ନୃତ୍ୟଙ୍ଗନା ରୁକୁଣୀ ଦେବୀ ଅରୁଣ୍ଡଲେ।

Leave a Reply

Your email address will not be published. Required fields are marked *

Trending

Exit mobile version