ଭୁବନେଶ୍ୱର ୨୨/୧ : ରାସ୍ତା ଦୁର୍ଘଟଣାକୁ କିଭଳି ନିୟନ୍ତ୍ରଣାଧୀନ କରିହେବ ସେଥିପାଇଁ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯାଇଛି । ଦୁର୍ଘଟଣା ରୋକିବାକୁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ ଲାଗି ଏଥିରେ ନିଷ୍ପତ୍ତି ନିଆଯାଇଛି । ବୈଠକ ସମ୍ପର୍କରେ ସୂଚନା ଦେଇ ପରିବହନ ସଚିବ ଜି. ଶ୍ରୀନିବାସନ କହିଛନ୍ତି ଯେ, ପ୍ରଥମେ ଦୁର୍ଘଟଣାପ୍ରବଣ ସ୍ଥାନଗୁଡ଼ିକୁ ଚିହ୍ନଟ କରାଯିବ । ଏଥିସହ ଅନ୍ୟ କେତେକ ପଦକ୍ଷେପ ନେବାପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଖୁବଶୀଘ୍ର ଏକ ବୈଠକ ଡକାଯାଇ ଏ ସଂକ୍ରାନ୍ତରେ ବିଭିନ୍ନ ପକ୍ଷ ସହ ଆଲୋଚନା କରାଯିବ । ବୈଠକରେ ଏସପି, ଜିଲ୍ଲାପାଳ, ଆରଟିଓ ଓ ବସ ଆସୋସିଏସନର ପ୍ରତିନିଧିମାନେ ଯୋଗଦେବ ।