ଦେଶ ବିଦେଶ

ଦୁର୍ଘଟଣାରେ ଗୋଟିଏ ପରିବାରର ୧୦ ମୃତ

Published

on

ଝାରଖଣ୍ଡ ୯/୩ : ରାଞ୍ଚିର ଏନ୍‌ଏଚ୍ ୩୩ରେ ଏକ ଟ୍ରକ ଏବଂ ଏକ ଇନୋଭା ମଧ୍ୟରେ ଧକ୍କା ହୋଇଥିଲା । ଧକ୍କା ଏଭଳି ଜବରଦସ୍ତ ହୋଇଥିଲା କି, ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ସମସ୍ତ ମୃତକ ଗୋଟିଏ ପରିବାରର ଥିଲେ । ଏହି ଦୁର୍ଘଟଣାରେ ପରିବାରର ଜଣେ ବି ସଦସ୍ୟ ବଞ୍ଚିନାହାଁନ୍ତି । ମୃତକଙ୍କ ଭିତରେ ରାଞ୍ଚିର ରେଲୱେ କଲୋନିରେ ରହୁଥିବା ଦୁଇଜଣ ମହିଳା, ତିନିଜଣ ଛୋଟ ପିଲା, ସେବା ନିବୃତ୍ତ ଜଣେ ରେଳ କର୍ମୀଙ୍କ ପୁଅ, ଦୁଇଜଣ ଝିଅ, ଜ୍ୱାଇଁ ଏବଂ ତିନିଜଣ ନାତି ନାତୁଣୀଙ୍କ ସହିତ ଚାଳକ ସାମିଲ ଅଛନ୍ତି ।
ସମସ୍ତ ମୃତକଙ୍କ ଶବକୁ ରାମଗଢର ସଦର ଡାକ୍ତରଖାନାରେ ରଖାଯାଇଛି । ଶୁଣିବାକୁ ମିଳୁଛି କି, ପାଟଣାର ଏନ୍‌ଏଚ୍-୩୩ ଫୋର୍‌ ଲେନ୍ କୁଜୂ ଅପି ନିକଟ ପୈଙ୍କି ମୋଡରେ ଶନିବାର ସକାଳୁ ଇନୋଭା ଓ ଟ୍ରକ ମଧ୍ୟରେ ଆମ୍ନା-ସାମ୍ନି ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଚାଳକ ସମେତ ଇନୋଭା କାର୍‌ରେ ବସିଥିବା ସମସ୍ତ ୧୦ ଜଣ ଲୋକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version