ରାଜ୍ୟ

ଦୁଗ୍ଧଚାଷୀଙ୍କ ପାଇଁ ପ୍ରୋତ୍ସାହନ ରାଶି ଲିଟର ପିଛା ୧ ଟଙ୍କାରୁ ୨ ଟଙ୍କାକୁ ବୃଦ୍ଧି : ୨ ଲକ୍ଷରୁ ଅଧିକ ଚାଷୀ ହେବେ ଉପକୃତ

Published

on

ଭୁବନେଶ୍ୱର ୪/୩ : ଦୁଗ୍ଧଚାଷୀଙ୍କ ପାଇଁ ଦିଆଯାଉଥିବା ପ୍ରୋତ୍ସାହନ ରାଶିରେ ୧ ଟଙ୍କା ସରକାର ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଯୋଗୁଁ ରାଜ୍ୟରେ ଥିବା ୨ ଲକ୍ଷରୁ ଅଧିକ ଦୁଗ୍ଧଚାଷୀ ଉପକୃତ ହେବେ। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ମାନ୍ଦା ସମୟରେ ଦୁଗ୍ଧ ସମବାୟ ସମିତିରେ ଦୁଗ୍ଧ ଚାଷୀମାନଙ୍କୁ ଦିଆଯାଉଥିବା ପ୍ରୋତ୍ସାହନ ରାଶି ଲିଟର ପିଛା ୧ ଟଙ୍କାରୁ ୨ ଟଙ୍କାକୁ ବୃଦ୍ଧି କରାଯାଇଛି।
ଏହି ବର୍ଦ୍ଧିତ ରାଶି ଦୁଗ୍ଧ ଚାଷୀମାନଙ୍କୁ ଚଳିତ ମାସରେ ପ୍ରଦାନ କରାଯିବା ସହିତ ଆଗାମି ସେପ୍ଟେମ୍ବର ୨୦୧୯ରୁ ୨୦୨୦ ମାର୍ଚ୍ଚ ମାସ ପର‌୍ୟ୍ୟନ୍ତ ପ୍ରଦାନ କରାଯିବ ବୋଲି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି। ଏହି ବର୍ଦ୍ଧିତ ପ୍ରୋତ୍ସାହନ ରାଶି ଦୁଗ୍ଧଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରେରଣ କରାଯିବ। ଏହାଦ୍ବାରା ରାଜ୍ୟର ୪ ହଜାର ଦୁଗ୍ଧ ସମବାୟ ସମିତିର ୨ଲକ୍ଷରୁ ଅଧିକ ଦୁଗ୍ଧଚାଷୀ ଉପକୃତ ହେବେ।

Leave a Reply

Your email address will not be published. Required fields are marked *

Trending

Exit mobile version