ନୂଆଦିଲ୍ଲୀ ୬/୩ : ବୁଧବାର ରାଫେଲ ଯୁଦ୍ଧ ବିମାନରେ କଥିତ ଘୋଟଲା ମାମଲାର ଶୁଣାଣି ଚାଲିଥିବା ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣୀ ଜନେରାଲ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେଉଁ ଦସ୍ତାବିଜ ଗୁଡିକ ଖବର କାଗଜରେ ଛପା ହୋଇଥିଲା ସେ ଗୁଡିକ ପ୍ରତିରକ୍ଷା ମନ୍ତ୍ରାଳୟରୁ ଚୋରି ହୋଇଛି । ଆମେ ଏବେ ଏହାର ଅନୁସନ୍ଧାନ କରୁଛୁ ।
ଏଜି କେକେ ବେଣୁଗୋପାଲ କହିଛନ୍ତି ଯେଉଁ ଗୋପନୀୟ ଦସ୍ତାବିଜ ଖବର କାଗଜରେ ପ୍ରକାଶିତ କରାଯାଇଥିଲା ସେ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ହେବା ଦରକାର । କେକେ ବେଣୁଗୋପାଳ କହିଥିଲେ କିଛି ଡକ୍ୟୁମେଣ୍ଟ ରକ୍ଷାମନ୍ତ୍ରାଳୟରୁ ଚୋରୀ ହୋଇ ବାହାରକୁ ପଠାଯାଇଛି । ସେ କହିଛନ୍ତି ଏହା ଅତ୍ୟନ୍ତ ସମ୍ବେଦନଶୀଳ ମାମଲା. ଖବର କାଗଜ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ତଥ୍ୟକୁ ସର୍ବଜାନୀନ କରିଦେଇଛି । ମାମାଲା ଶୁଣାଣିର ଆରମ୍ଭରେ ଆବେଦନକାରୀ ପ୍ରଶାନ୍ତ ଭୂଷଣ ୮ ପୃଷ୍ଠା ସମ୍ୱଳୀତ ନୋଟ କୋର୍ଟକୁ ଦେଖାଇଥିଲେ । କିନ୍ତୁ କୋର୍ଟ ପକ୍ଷରୁ କୁହାଯାଇଥିଲା ଯେ ଏହି ମାମଲାରେ କିଛି ନୂଆ ପ୍ରମାଣ ଦେଖିବେ ନାହିଁ, ଯାହା ଉପଲବ୍ଧ ଅଛି ତାରି ଉପରେ ହିଁ ଶୁଣାଣି ହେବ ।