ଅପରାଧ

ଡାକ୍ତରଖାନାରୁ ୪ ଦିନର ଶିଶୁ ପୁତ୍ର ଚୋରି

Published

on

ପାଟଣାଗଡ ୬/୩ : ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାରୁ ୪ ଦିନ ଶିଶୁ ପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଆଶାକର୍ମୀ ଡ୍ରେସ ପିନ୍ଧି ଜଣେ ମହିଳା ବେଡରୁ ଶିଶୁକୁ ଚୋରି କରିନେଇଥିବା ଶିଶୁର ମାଆ କହିଛନ୍ତି । ପରିବାର ପକ୍ଷରୁ ଏନେଇ ପାଟଣାଗଡ ଥାନାରେ ଅଭିଯୋଗ ପରେ ପୁଲିସ ଛାନଭିନ କରିଛି । ଶିଶୁକୁ କିଏ ଚୋରି କଲେ ସେ ପୁଲିସ ତଦନ୍ତ ଚଳାଇଥିବା ବେଳେ ଜଣେ ଅଜଣା ମହିଳା ହସ୍ପିଟାଲରେ ପଶି ୪ ଦିନର ଶିଶୁ ପୁତ୍ରକୁ ଚୋରି କରିବା ଉପରେ ପ୍ରଶ୍ନ ଉଠିଛି । ପାଟଣାଗଡ ହସପିଟାଲରେ ଜଣେ ମହିଳା ୪ ଦିନ ପୂର୍ବେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଉଭୟ ମାଆ ଓ ଶିଶୁକୁ ହସପିଟାଲ କ୍ୟାବିନରେ ରଖାଯାଇଥିଲା । ସେତେବେଳେ ଆଶାକର୍ମୀ ବେଶରେ ଜଣେ ମହିଳା ଆସି ମାଆକୁ ଭୁତେଇ ଶିଶୁକୁ ନେଇଯାଇଥିଲା । ଚୋରି କରିଥିବା ମହିଳା ଜଣକ ପୂର୍ବରୁ ଯୋଜନା କରି ଆସିଥିଲେ ଓ ସୁବିଧା ଦେଖି ଶିଶୁକୁ ଧରି ସ୍କୁଟିରେ ଚମ୍ପଟ ମାରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version