ପଶ୍ଚିମବଙ୍ଗ ୨୮/୫ : ମମତା ବାନାର୍ଜୀଙ୍କ ପାର୍ଟି ତୃଣମୂଳ କଂଗ୍ରେସରୁ ନିକଟରେ ସସପେଣ୍ଡ ହୋଇଥିବା ମୁକୁଲ୍ ରାୟ ବଡ ଘୋଷଣା କରିଛନ୍ତି । ତାଙ୍କ କହିବାନୁସାରେ , ପରାଜୟ ପରେ ଟିଏମସିର ଅନେକ ବିଧାୟକ ବିଜେପିର ସଂପର୍କରେ ଆସିଛନ୍ତି । ସୂତ୍ରନୁସାରେ , ଟିଏମସିର ୫୦ ପ୍ରତିଶତ ନେତା ବିଜେପିରେ ମିଶିପାରନ୍ତି । ଯେଉଁଥିରେ ୩ ଜଣ ଚେୟାରମ୍ୟାନ୍ ମଧ୍ୟ ରହିଛନ୍ତି । ଏହି ଲିଷ୍ଟରେ ୪ ବିଧାୟକଙ୍କ ନାଁ ବି ସାମିଲ୍ ରହିଛି । ଯେଉଁଥିରେ ମୁକୁଲ ରାୟଙ୍କ ପୁଅ ତଥା ବିଧାୟକ ଶୁଭ୍ରାନ୍ସୁ ରାୟ ମଧ୍ୟ ସାମିଲ୍ ଅଛନ୍ତି । ମୁକୁଲ ରାୟ ୨୦୧୮ ରେ ବିଜେପି ଅଧିନକୁ ଚାଲିଆସିଥିଲେ ଏବଂ ଏବେ ତାଙ୍କ ପୁଅ ମଧ୍ୟ ଏହି ରାସ୍ତାରେ ଚାଲିବାକୁ ଆସୁଛନ୍ତି ।
ଲୋକସଭା ନିର୍ବାଚନରେ ବଙ୍ଗଳାର ମୋଟ ୪୨ ଟି ସିଟ୍ ରୁ ବିଜେପି ୧୮ ଟି ସିଟ୍ ଅକ୍ତିଆର କରିଥିଲା । ବିଜେପିର ଗୋଟିଏ ମାତ୍ର ଲକ୍ଷ ବଙ୍ଗଳାରୁ ମମତା ବାନାର୍ଜୀଙ୍କ ଶାସନରୁ ବଚାଂଇବା । ବିଜୟବର୍ଗୀଙ୍କ କହିବାନୁସାରେ, ବଙ୍ଗଳାରେ ଟିଏମସିର କାର୍ୟ୍ୟପ୍ରଣାଳୀ କାରଣରୁ ଏହାକୁ ଜନତା ସ୍ୱୀକାର କଲେ ନାହିଁ । ଟିଏମସି କାର୍ୟ୍ୟକର୍ତ୍ତାଙ୍କ ଉପଦ୍ରବ ବଙ୍ଗଳାବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା ।