ଗଞ୍ଜାମ ୧୪/୬ : କବିସୂର୍ୟ୍ୟନଗର ଗୁଡିଆଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦୁଇ ଭଉଣୀ ବିଷପାନ କରି ନିଜ ଜୀବନ ହାରିଛନ୍ତି । ସେମାନେ ହେଲେ ଦୀପା ଭୂୟାଁ ଓ ଜିତା ଭୂୟାଁ । ସାମାନ୍ୟ ବଚସାରୁ ଏହି ଅଘଟଣ ଘଟିଥିବା କୁହାଯାଉଛି । ତେବେ ବଚସା କେଉଁ କାରଣରୁ ହୋଇଥିଲା ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଦୁଇ ଭଉଣୀଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।