ଅପରାଧ

ଛାତ୍ରୀଙ୍କୁ ପୋଡ଼ି ଦେବା ଘଟଣା : ଥାନାରେ ଆତ୍ମ ସମର୍ପଣ କରିଛି ଛାତ୍ର

Published

on

କୋରାପୁଟ ୪/୬ : ଗାନ୍ଧିନଗର ଅଞ୍ଚଳରେ କଲେଜ ଛାତ୍ରୀଙ୍କୁ ପୋଡ଼ି ଦେଇଥିବା ଅଭିଯୁକ୍ତ ଛାତ୍ର ଥାନାରେ ଆତ୍ମ ସମର୍ପଣ କରିଛି । ଛାତ୍ର ଜଣକ ଯୁକ୍ତ ଦୁଇରେ ପଢ଼ୁଥିବା ଜଣାପଡ଼ିଛି । ଛାତ୍ରକୁ ଜୁଭେନାଇଲ୍‌ କୋର୍ଟରେ ହାଜର କରାଯାଇଛି । ଅଧିକ ପଚରାଉଚରା ପାଇଁ ପୋଲିସ୍‌ ରିମାଣ୍ଡରେ ନେବାର ସମ୍ଭାବନା ରହିଛି । ଗତ ଶନିବାର ଦିନ ସେମିଳିଗୁଡ଼ାର ଗାନ୍ଧିନଗର ଅଞ୍ଚଳରେ ହଷ୍ଟେଲ୍‌ରେ ରହୁଥିବା କଲେଜ ଛାତ୍ରୀଙ୍କୁ ଛାତ୍ର ଜଣକ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା । ଛାତ୍ରୀ ଜଣକ ଏବେବି ବ୍ରହ୍ମପୁର ମେଡ଼ିକାଲରେ ଚିକିତ୍ସାଧୀନ ଅଛି । ଏକ ତରଫା ପ୍ରେମରେ ବିଫଳ ହେବାରୁ ଛାତ୍ର ଏଭଳି କାଣ୍ଡ ଘଟାଇ ଫେରାର ହୋଇଯାଇଥିଲା । ଛାତ୍ରଙ୍କ ଘର ନନ୍ଦପୁର ଅଞ୍ଚଳରେ । ତେବେ ଆଜି ସେ ସେମିଳିଗୁଡ଼ା ଥାନାରେ ଆତ୍ମସମର୍ପଣ କରିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version