ବେଇଜିଂ: ୨୦୧୭ର ଏକ ଘଟଣା। ଚୀନର ନାମଜାଦା ଇଣ୍ଟରନେଟ କମ୍ପାନୀ ଟେନସେଣ୍ଟର ଏକ ଉତ୍ସବରେ ପୁରୁଷ କର୍ମଚାରୀଙ୍କୁ ତାଙ୍କର ଦୁଇ ଜଙ୍ଘ ମଝିରେ ପାଣି ବୋତଲକୁ ଚାପି ବଧରିବାକୁ କୁହାଯାଇଥିଲା ଏବଂ ମହିଳା କର୍ମଚାରୀଙ୍କୁ ସେମାନଙ୍କ ସାମ୍ନାରେ ଆଣ୍ଠେଇ ପଡ଼ି ହାତ ନଲଗାଇ କେବଳ ଓଠରେ ବୋତଲର ଠିପି ଖୋଲିବାକୁ କୁହାଯାଇଥିଲା। ଅବଶ୍ୟ ଏହି ଘଟଣା ପାଇଁ ଟେନସେଣ୍ଟ କମ୍ପାନୀକୁ ପରେ କ୍ଷମା ମାଗିବାକୁ ପଡିଥିଲା।
ଚୀନ ଆଇଟି କମ୍ପାନୀ ଗୁଡିକରେ ମହିଳାମାନଙ୍କୁ କିଭଳି ଯୌନ ନିର୍ଯାତନା ଦିଆଯାଉଛି ତାହାର ତଥ୍ୟ ବର୍ତ୍ତମାନ ପଦାକୁ ଆସିବାରେ ଲାଗିଛି।
ବିଶ୍ଵ ପ୍ରସିଦ୍ଧ ଚୀନ କମ୍ପାନୀ ଆଲିବାବାରେ ନବଗତ କର୍ମଚାରୀଙ୍କୁ ଯୌନ ଉଦ୍ଦୀପକ ପ୍ରଶ୍ନ ପଚାରି ସ୍ୱାଗତ କରାଯାଉଥିବାର ଅଭିଯୋଗ ଉଠିଛି। ପ୍ରଥମ ପ୍ରେମ, ପ୍ରଥମ ଚୁମ୍ବନ ଏପରିକି ପ୍ରଥମ ଯୌନକ୍ରିୟା କେବେ ହୋଇଥିଲା ଆଦି ପ୍ରଶ୍ନର ଉତ୍ତର ପଚରା ଯାଉଥିଲା। ଜଣେ ପୂର୍ବତନ କର୍ମଚାରୀଙ୍କ ହିସାବରେ ପ୍ରଶ୍ନଗୁଡିକ ଏଭଳି ଶବ୍ଦରେ ପଚରା ଯାଉଥିଲା ତାହା ଉଚ୍ଚାରଣ କରି ହେବନାହିଁ। ଅବଶ୍ୟ ଆଲିବାବା କମ୍ପାନୀପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି।
ତେବେ ଆଲିବାବା କମ୍ପାନୀର ଜଣେ ମହିଳା କର୍ମଚାରୀ କମ୍ପାନୀର ୱେବ ସାଇଟରେ ସେ କିଭଳି ଜଣେ କମ୍ପାନୀର କ୍ଳାଏଣ୍ଟ ଦ୍ୱାରା ଯୌନ ଉତ୍ପୀଡ଼ନ ଏବଂ ପରେ ଜଣେ ମ୍ୟାନେଜରଙ୍କ ଦ୍ୱାରା ବଳାତ୍କାର ହେଲେ ତାହା ଛାଡ଼ିବା ପରେ ବର୍ତ୍ତମାନ ସ୍ୱାଗତ ସମ୍ବର୍ଦ୍ଧନା ସମୟର ଯୌନତା କଥା କର୍ମଚାରୀମାନେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି।
ଆଲିବାବାର ୬୦୦୦ରୁ ଉର୍ଦ୍ଧ କର୍ମଚାରୀ ଏକ ସ୍ମାରକ ପତ୍ରରେ ସ୍ୱାଗତ ସମ୍ବର୍ଦ୍ଧନା ସମୟର ଏବଂ ଅନ୍ୟାନ୍ୟ ଉତ୍ସବ ସମୟର ଯୌନ ନିର୍ଯାତନା ଏବଂ ଯୌନ ଉତ୍ତେଜକ ଖେଳ ଵନ୍ଦ କରିବାକୁ ଦାବୀ କରୁଛନ୍ତି।
ଆଲିବାବା କହିଛି ବଳାତ୍କାର କରିଥିବା ମ୍ୟାନେଜରକୁ ଚାକିରୀରୁ ବରଖାସ୍ତ କରିଦିଆଯାଇଛି ଏବଂ ଯୌନ ଦୁର୍ବ୍ୟବହାରକୁ ଵନ୍ଦ କରିବାକୁ ପଦକ୍ଷେପ ନିଆଯାଇଛି।
ଚୀନର ଓଲା ଓବେରା ଭାବେ ଜଣାଶୁଣା ଟାକ୍ସି କମ୍ପାନୀ ଦିଦି ର ଜିଅଂଶୁ ପ୍ରଦେଶରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ ଅଭିଯୋଗ କରିଛନ୍ତି ଯେ କମ୍ପାନୀର ଏକ ନୈଶ ଭୋଜିରେ ତାଙ୍କୁ ଜବରଦସ୍ତ ନିଶା ପାନୀୟ ପିଆଇ ଯୌନ ନିର୍ଯାତନା ଦିଆ ଯାଇଛି। ସେ ସୋସିଆଲ ମିଡିଆରେ ତାଙ୍କର କ୍ଷତ ବିକ୍ଷତ ମୁହଁ ଏବଂ ଡାକ୍ତରୀ ରିପୋର୍ଟ ଛାଡିଛନ୍ତି। ଦିଦି କମ୍ପାନୀ ପିଡିତା ମହିଳାଙ୍କୁ କର୍ମ କ୍ଷେତ୍ରରେ ପାରଦର୍ଶିତା ଅଭାବରୁ ଚାକିରିରୁ ବାହାର କରିଦେଇଛନ୍ତି।
ଆଇଟି କମ୍ପାନୀର ପାର୍ଟିକୁ ପର୍ଣ୍ଣ ଷ୍ଟାରମାନଙ୍କୁ ଡାକଯିବା ଘଟଣା କିଛି ନୂଆନୁହେଁ। ସାଇବର ସିକୁରୀଟି କମ୍ପାନୀ କ୍ୱିହୋ ୩୬୦ ୨୦୧୪ରେ ଏହାର ପ୍ରୋଗ୍ରାମରମାନଙ୍କସହ ନାଚିବା ପାଇଁ ଜଣେ ଜାପାନୀ ପର୍ଣ୍ଣ ଷ୍ଟାରଙ୍କୁ ଡାକିଥିଲେ।