ଭୁବନେଶ୍ୱର ୧୧/୬ : ଚାଷୀଙ୍କ ବିକାଶକୁ ଆଖିରେ ରଖି ଆସିବ ନୂଆ କୃଷି ସଂଶୋଧନ ନୀତି । ୬ ବର୍ଷପରେ କୃଷି ନୀତିରେ ସଂଶୋଧନ କରି ରାଜ୍ୟ ସରକାର ନୂଆ କୃଷିନୀତି ଆଣିବେ । ୨୦୧୩ କୃଷି ନୀତିରେ ପରିବର୍ତ୍ତନ ହୋଇ ନୂଆ ନୀତି ଆସିବ । ଆଉ ଏଥିପାଇଁ ସଚିବାଳୟରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକ ପରେ କୃଷି ସଚିବ ସୌରଭ ଗର୍ଗ କହିଛନ୍ତି ଚାଷୀଙ୍କ ଆୟୁ ଦୁଇ ଗୁଣା କିପରି ହେବ ସେ ଉପରେ ଗୁରୁତ୍ୱ ଦିଆଯାଇଛି ।
ବଢ଼ିବ କି କୃଷକଙ୍କ ଆୟ ? ଚାଷୀଙ୍କ ବିକାଶକୁ ଆଖି ଆଗରେ ରଖି ତିଆରି ହେବ କୃଷିନୀତି । କୃଷକଙ୍କ ଆୟ ବଢ଼ାଇବା ଦିଗରେ ସଚେତନ ହୋଇ କୃଷିନୀତି ସଂଶୋଧନ କରାଯିବ ବୋଲି କହିଛନ୍ତି କୃଷି ସଚିବ । ନୂଆ କୃଷିନୀତି ଆଣିବା ପୂର୍ବରୁ କୃଷି ସମ୍ମନ୍ଧିତ ସମସ୍ତ ବିଭାଗକୁ ନିଜ ନିଜର ମତ ପ୍ରକାଶ କରିବାପାଇଁ କୁହାଯାଉଛି ।