ଦେବଗଡ : ଦେବଗଡ ଜିଲ୍ଲା ଅନ୍ତର୍ଗତ ଚଟିବରଘାଟ ଗ୍ରମରୁ ଚିତା ବାଘ ଛାଲ ଜବତ ହୋଇଛି । ବନ ବିଭାଗ ଦ୍ୱାରା ଏହି ବାଘ ଛାଲ ଜବତ କରାଯାଇଛି । ଏହାର ଅନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଏହି ମାମଲାରେ ୬ ଜଣଙ୍କୁ ଅଟକ ରଖାଯାଇଛି । ଦେବଗଡ ବନ ବିଭାଗ ରେଞ୍ଜର କୁଶ ଚରଣ ସିଂହ ଓ ଫରେଷ୍ଟର ପ୍ରସନ୍ନ ସାହୁ ଚଟିବରଘାଟ ଗାଁରେ ଗୋଟିଏ ଘରେ ଚଢାଉ କରିଥିଲେ । ସେଠାରୁ ସେମାନେ ଚିତା ବାଘ ଛାଲ ଜବତ କରିଥିଲେ ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ । ଏହି ମାମଲାରେ ୬ ଜଣଙ୍କୁ ଅଟକ ରଖାଯାଇଛି । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ପରିଚୟ ମିଳି ଯାଇଛି । ସେମାନେ ଏହି ବାଘ ଛାଲକୁ ସମ୍ବଲପୁରରେ ବିକ୍ରି କରିବାର ଯୋଜନା ରଖିଥିଲେ ।