ନୂଆଦିଲ୍ଲୀ: ଦେଶରେ ଚକା ପାମ୍ପଡ଼ ଦାମ କମ ହେଲେ ଚାରିକୋଣିଆ ପାମ୍ପଡ଼ ଦାମ ବେଶୀ।
ପାମ୍ପଡ଼ ଆକୃତିକୁ ନେଇ ଦାମର ତାରତମ୍ୟ ଦେଶବାସୀଙ୍କୁ ଅଶ୍ୱର୍ଯ୍ୟ କରିବା ସ୍ବଭାବିକ।
ପ୍ରକୃତରେ ଜିଏସଟି ଅସଙ୍ଗତ ଯୋଗୁଁ ଦେଶବାସୀଙ୍କୁ ଚକା ପାମ୍ପଡ଼ ଶସ୍ତାରେ ମିଳୁଥିବା ବେଳେ ଚାରି କୋଣିଆ ପାମ୍ପଡ଼ ପାଇଁ ଅଧିକ ପଇସା ଦେବାକୁ ପଡୁଥିଲା।
ଗୋଲ ଗୋଲ ପାମ୍ପଡ଼ ଉପରେ ଜିଏସଟି ଛାଡ ଥିବାବେଳେ, ଚାରିକୋଣିଆ ବା ଅନ୍ୟ ଆକୃତିର ପାମ୍ପଡ଼ ଉପରେ ଜିଏସଟି ଲାଗୁଥିଲା।
ହେଲେ ଚଳିତ ସପ୍ତାହରେ ସେଣ୍ଟ୍ରାଲ ବୋର୍ଡ ଅଫ ଇଣ୍ଡଡାଇରେଟ ଟାକ୍ସ କର୍ତ୍ତୃପକ୍ଷ ଏହି ଅସଙ୍ଗତିକୁ ଦୂର କରିଛନ୍ତି।
ବର୍ତ୍ତମାନ ଗୋଲ, ଚାରିକୋଣିଆ ଏବଂ ଅନ୍ୟାନ୍ୟ ସବୁ ଆକୃତିର ପାମ୍ପଡ଼ ଉପରୁ ଜିଏସଟି ଛାଡ଼ କରି ଦିଆଯାଇଛି।
ଶିଳ୍ପପତି ହର୍ଷ ଗୋଏଙ୍କା ପାମ୍ପଡ଼ ଉପରେ ଥିବା ଜିଏସଟି ରେଟକୁ ନେଇ ଏକ ତାଛଲ୍ୟ ଭରା ଟ୍ୱିଟ କରିବା ପରେ ସରକାରଙ୍କ ଚେତା ପଶିଥିଲା।