ବଲାଙ୍ଗିର ୨୦/୧ : ସଇଁତଳା ବ୍ଲକ ବିବିନାସ୍ଥିତ ଏକ ମଦଭାଟିର ମ୍ୟାନେଜର ନରେନ୍ଦ୍ର ଗୁପ୍ତାଙ୍କୁ ଗୁଳି କରି ଦୁର୍ବୃତ୍ତମାନେ ୩ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଲୁଟି ନେଇଛନ୍ତି । ଶ୍ରୀ ଗୁପ୍ତା ୩ ଲକ୍ଷ ୬ ହଜାର ଟଙ୍କା ନେଇ ଜଣେ ସହଯୋଗୀଙ୍କ ସହ ବାଇକରେ ଯାଉଥିବାବେଳେ ଆଜି ପ୍ରାୟ ଦିନ ୧୨ଟା ବେଳେ ଗଣପତ୍ରାପାଲି ନିକଟରେ ୩ଜଣ ଦୁର୍ବୃତ୍ତ ଠେଙ୍ଗା ଦେଖାଇ ସେମାନଙ୍କୁ ଅଟକାଇ ଥିଲେ । ତାଙ୍କଠାରୁ ଟଙ୍କା ଛଡାଇବା ପାଇଁ ସେମାନେ ଉଦ୍ୟମ କରିବାବେଳେ ଗୁପ୍ତା ଜଣେ ଲୁଟେରା ଠାରୁ ଠେଙ୍ଗାକୁ ଛଡାଇ ଆଣିବା ପାଇଁ ଚେଷ୍ଟା କରିବା ବେଳେ ସମ୍ପୃକ୍ତ ଦୁବୃତ୍ତ ଜଣକ ତାଙ୍କ ଗୋଡ଼କୁ ଗୁଳି କରିଥିଲା । ଏହି ସୁଯୋଗରେ ଦୁର୍ବୃତ୍ତମାନେ ଟଙ୍କା ନେଇ ଫେରାର ହୋଇଯାଇଥିଲେ । ପୋଲିସ ଘଟଣାସ୍ଥଳରୁ ଆହତ ଶ୍ରୀ ଗୁପ୍ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲା । ହଠାତ କାହାରିକୁ ଗିରଫ କରାଯାଇପାରିନାହିଁ ।