ଗୁଜୁରାଟ ୩୦/୫ : ଗୁଜରାଟରୁ ୨ ପାକିସ୍ତାନୀ ଅନୁପ୍ରବେଶକାରୀ ଗିରଫ । ଗୁଜୁରାଟର କଚ୍ଛ ବୋର୍ଡର ଠାରେ ୨ ଜଣ ପାକିସ୍ତାନୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିବା ଜଣାପଡିଛି । କିନ୍ତୁ ଏହି ଦୁଇ ପାକିସ୍ତାନୀଙ୍କ ସମେତ ଏକ ପାକ୍ ଜାହାଜକୁ ବିଏସଏଫ ଯବାନ କାବୁ କରିବାରେ ସଫଳ ହୋଇଛନ୍ତି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି ।
ତେବେ ସବୁଠାରୁ ବଡ କଥା ହେଉଛି, ଏହା ପୂର୍ବରୁ ୨୦୦୮ରେ ହୋଇଥିବା ମୁମ୍ବାଇ ଆକ୍ରମଣରେ ସାମିଲ ଥିବା ଆତଙ୍କୀ ସମୁଦ୍ରପଥ ଦେଇ ଭାରତରେ ପ୍ରବେଶ କରିଥିଲେ । ସୂଚନା ଅନୁଯାୟୀ, ଆଉ କିଛି ସମୟ ପରେ ଅର୍ଥାତ ସନ୍ଧ୍ୟା ୭ଟାରେ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ଆଉ ଏହି ଶପଥ ଗ୍ରହଣ ସମାରୋହରେ ଦେଶ ଦୁନିଆର ପାଖାପାଖି ୬,୫୦୦ ଅତିଥି ସାମିଲ ହେବେ । ତେବେ ଏହି ଉତ୍ସବକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ନିମନ୍ତ୍ରଣ କରାଯାଇନାହିଁ ।