ନୂଆଦିଲ୍ଲୀ:ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସଙ୍ଘଭି ଦଳ ଛାଡି ବିଜେପିରେ ଯୋଗଦେବେ। ଗତ କିଛିଦିନ ହେଲା ଏହି ଗୁଜବ ଘୁରି ବୁଲୁଥିଲା ଦେଶର ରାଜନୀତି ମହଲରେ।
ମନୁ ସଂଘଭିଙ୍କୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବାପା ମାଧବରାଓ ସିନ୍ଧିଆ କଂଗ୍ରେସ ରାଜନୀତିକୁ ଆଣିଥିଲେ। ସେହି ଦିନରୁ ସଙ୍ଘଭି ସିନ୍ଧିଆ ପରିବାରର ଘନିଷ୍ଠ ବନ୍ଧୁ ଭାବେ ଜଣାଶୁଣା। ବର୍ତମାନ ଜ୍ୟୋତିରାଦିତ୍ୟ ବିଜେପିରେ ମିଶି ରାଜ୍ୟ ସଭ୍ୟ ହୋଇଛନ୍ତି। ସେ ଅଂକଲଙ୍କୁ ବିଜେପିରେ ସାମିଲ କରିବାକୁ ଚାହୁଁଛନ୍ତି। ଗୁଜବ ଏଭଳି ବି ରୁପ ନେଲା ଯେ ବିଜେପି ଅରୁଣ ଜେଟଲୀଙ୍କୁ ହରାଇବାପରେ ମନୁ ସଙ୍ଘଭିଙ୍କ ଭଳି ଜଣେ
ବିଶିଷ୍ଟ ଆଇନଜୀବୀଙ୍କୁ ହାତେଇବାକୁ ଚାହୁଁଚି।
ତେବେ ମନୁ ସଙ୍ଘଭି ଏବେ ମୁହଁ ଖୋଲିଛନ୍ତି। ତାଙ୍କର ଟ୍ଵିର୍ଟର ହ୍ୟାଣ୍ଡଳରେ ସେ ଯାହା କହିଛନ୍ତି ସେଥିରେ ଗୁଜବକାରୀଙ୍କ ମୁହଁ କଳା ପଡିଯାଇଛି।
ସଙ୍ଘଭି ହିନ୍ଦୀରେ ଲେଖିଛନ୍ତି,”ହମରେ ଅଫବାହେଁ କେ ଧୂଆଁ ୱାହଁ। ସେ ଉଠତି ହୈ, ଯହଁ। ହମରେ ନାମ ସେ ଆଗ ଲାଗ ଜାତି ହୈ।”
ସେ ଆହୁରି ଲେଖିଛନ୍ତି,”କାଗଜକେ ପନୋ ପର ଲିଖା ଔର କୁଛ ନାହିଁ ହୈ,ୟେ ଜୋ ଦିଖ ରହା ହୈ ୱହି ହୈ ହୁଆ କୁଛ ନାହିଁ ହୈ।”
ସଙ୍ଘଭି ଗୁଜବକାରୀଙ୍କୁ କଡା ଜବାବ ଦେବାକୁ ଯାଇ ବ୍ୟଙ୍ଗ କରିଛନ୍ତି,”ଅଫବାହେଁ ଥ1କି ମୈ ବିମାର ହୁଁ, ଲୋଗୋଂନେ ପୁଛ ପୁଛ କର ବିମାର କରଦିଆ।”
“Gossip is the devil’s radio. So don’t be his DJ”(ଗୁଜବ ସୈତାନର ରେଡ଼ିଓ,ତାର ଡିଜେ କାହିଁକି ହେଉଛନ୍ତି)। ସଙ୍ଘଭିଙ୍କ କହିବା କଥା ହେଲା ଗୁଜବକୁ ପବନ ଦିଅନ୍ତୁ ନାହିଁ।