କେନ୍ଦ୍ରାପଡ଼ା ୩୦/୧ : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ମହାବୀର ବଜାରରୁ ଆଜି ଦୁର୍ବୃତ୍ତମାନେ ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଏକ ଅଳଙ୍କାର ଦୋକାନର ମାଲିକ ଦିନ ୧୦ଟା ବେଳେ ଦୋକାନ ଖୋଲି ପୂଜା କରୁଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ଦୋକାନକୁ ଯାଇ ଗହଣା ଦେଖାଇବାକୁ କହିଥିଲେ । ଦୋକାନୀଜଣକ ସୁନା ଗହଣା ଦେଖାଉଥିବାବେଳେ ଅନ୍ୟମନସ୍କ ହେବା କ୍ଷଣି ଦୁର୍ବୃତ୍ତମାନେ ଅଳଙ୍କାର ବ୍ୟାଗଟି ନେଇ ବାଇକରେ ଚମ୍ପଟ ମାରିଥିଲେ । ବ୍ୟାଗଟିରେ ପ୍ରାୟ ଅଧକିଲୋ ପାଖାପାଖି ସୁନା ଅଳଙ୍କାର ଥିଲା । ପୋଲିସ ସିସିଟିଭି ଆଧାରରେ ତଦନ୍ତ ଜାରି ରଖିଥିଲେ ମଧ୍ୟ ହଠାତ କାହାରିକୁ ଗିରଫ କରିପାରିନାହିଁ ।