ରାଜ୍ୟ

ଗଜଗତର ନାଥ ଜଗନ୍ନାଥ ବଡ଼ ଭାଇ ଓ ଭଉଣୀଙ୍କ ସହ ରତ୍ନବେଦୀରୁ ବାହାରି ସ୍ନାନମଣ୍ଡପରେ ବିରାଜମାନ

Published

on

ପୁରୀ ୧୭/୬ : ଗଜଗତର ନାଥ ଜଗନ୍ନାଥ ବଡ଼ ଭାଇ ଓ ଭଉଣୀଙ୍କ ସହ ରତ୍ନବେଦୀରୁ ବାହାରି ସ୍ନାନମଣ୍ଡପରେ ବିରାଜମାନ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ପବିତ୍ର ସ୍ନାନପୂର୍ଣ୍ଣିମା ଉପଲକ୍ଷେ ସ୍ନାନବେଦୀରେ ବିଜେ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁଙ୍କ ସ୍ନାନଯାତ୍ରା ଉପଲକ୍ଷେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ।
ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ପାଇଁ ମନ୍ଦିର ପ୍ରଶାସନ କାର‌୍ୟ୍ୟସୂଚୀ ପ୍ରସ୍ତୁତ କରିଛି । ସକାଳ ସାଢ଼େ ୪ଟାରୁ ପହଣ୍ଡି ଆରମ୍ଭ ହୋଇଛି । ଅପରାହ୍ଣ ୪ରୁ ୫ଟା ପର‌୍ୟ୍ୟନ୍ତ ମହାପ୍ରଭୁ ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେବେ । ରାତି ସାଢ଼େ ୭ରୁ ସାଢ଼େ ୯ଟା ପର‌୍ୟ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କୁ ସାହାଣମେଲା ଦର୍ଶନ କରିପାରିବେ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର ଆଗରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ଟ୍ରାଫିକ୍ ତଥା ଭିଡ଼ ନିୟନ୍ତ୍ରଣ ପାଇଁ ୩୦୦ ପୁଲିସ ଅଫିସର ଓ ୧୨୪ ସେକ୍ସନ୍ ଫୋର୍ସ ମୁତୟନ କରାଯାଇଛି । ଦର୍ଶନ ବେଳେ ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ ଓ ଉତ୍ତରଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି । ସାହାଣମେଲା ବାଦ୍ ପହଣ୍ଡି ଦର୍ଶନ ପାଇଁ ଟିକେଟ୍ ବ୍ୟବସ୍ଥା କରାଯାଇଛି। ଆଜିଠାରୁ ପହଣ୍ଡି ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ଟିକେଟ୍ କରିଥିବା ଭକ୍ତମାନଙ୍କ ଦର୍ଶନ ପାଇଁ ଦକ୍ଷିଣଦ୍ବାର ଦେଇ ପ୍ରବେଶ ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version