ନୂଆଦିଲ୍ଲୀ ୪/୧୨ : ଖୋଲୁଛି ମୋଦିଙ୍କ ମୁଖା । ବିମୁଦ୍ରାୟନ ଫଳରେ କଳାଟଙ୍କାର ମୂଳଉତ୍ପାଟ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ବାହସ୍ଫୋଟ ମାରୁଥିଲେ ତାହା ଦେଶ ପାଇଁ କେତେ ମାରାତ୍ମକ ଥିଲା ସେହି କଥା ଏବେ ପଦାକୁ ଆସୁଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୋଦିଙ୍କର ଏହି ମୁଖା ବିରୋଧୀ ନୁହଁ ବଂର ମୋଦିଙ୍କର ଖାସ୍ ଲୋକମାନେ ଖୋଲିବାରେ ଲାଗିଛନ୍ତି ।
ବିମୁଦ୍ରାୟନର ବିଫଳତା ଏବଂ ଦେଶ ଉପରେ ଏହାର ଖରାପ ପ୍ରଭାବ ଉପରେ ମୋଦିଙ୍କର ପୁର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣିୟମ୍ ଏବଂ ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନ ଓ. ପି. ଋାୱତ୍ ମୋଦିଙ୍କର ଏହି ବିତର୍କିତ ନିଷ୍ପତିକୁ ତୀବ୍ର ସମାଲୋଚନା କରିଛନ୍ତି । ନିର୍ବାଚନ ସମୟରେ ସେମାନେ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ନିଶ୍ଚିତଭାବେ ମୋଦିଙ୍କର ନିଦ ଉଡାଇ ଦେଇଥିବ ।
ପାଂଚ ଦିନତଳେ ମୁଖ୍ୟ ନିର୍ବାଚନ କମିଶନର ପଦରୁ ଅବସର ନେଇଥିବା ରାୱତ୍ କହିଛନ୍ତି ଯେ ବିମୁଦ୍ରାୟନର ପ୍ରଭାବ କଳାଟଙ୍କା ଉପରେ କିଛି ବି ପଡିଲା ନାହିଁ । କମିଶନ ବିମୁଦ୍ରାୟନ ପରେ ଅନୁଷ୍ଠିତ ହୋଇଥିବା ନିର୍ବାଚନଗୁଡିକରେ ରେକର୍ଡ ପରିମାଣର ଅର୍ଥ ଜବତ ନିର୍ବାଚନ କମିଶନ କରିଥିଲା ବୋଲି ରାୱତ କହିଛନ୍ତି । ବର୍ତମାନ ଅନୁଷ୍ଠିତ ହେଉଥିବା ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିବାଚନରେ ପ୍ରାୟ ୨୦୦ କୋଟି ଟଙ୍କା ଜବତ ହୋଇଛି । ଏଥିରୁ ଜଣା ଯାଉଛି ଯେ ନିର୍ବାଚନ ସମୟରେ ଏହି ଅର୍ଥ ବେଶ୍ ପ୍ରଭାବଶାଳୀ ସୂତ୍ରରୁ ଆସୁଛି ଏବଂ ଯାହା ଉପରେ ଏଭଳି ବିମୁଦ୍ରାୟନର କୋଣସି ପ୍ରଭାବ ପଡୁନାହିଁ ।
ସେହିଭଳି ମୋଦିଙ୍କର ମୁଖ୍ୟ ଆର୍ଥନୈତିକ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଥିବା ଅରବିନ୍ଦ ସୁବ୍ରମଣିୟମ୍ ମଧ୍ୟ ବିମୁଦ୍ରାୟନ ଉପରେ କଡା ଆଭିମୁଖ୍ୟ ରଖିଛନ୍ତି । ସେ କହିଛନ୍ତି ଯେ ବିମୁଦ୍ରାୟନ ଏକ ବିଶାଳ ନିଷ୍ଠୁର ଝଟକା ଥିଲା ଯାହା ଫଳରେ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇ ପଡିଲା । ବିମୁଦ୍ରାୟନ ଫଳରେ ଦେଶର ଅଭିବୃଦ୍ଧି କ୍ଷତିଗ୍ରସ୍ତ ହେଲା । ସବୁଠାରୁ ଅଧିକ ପ୍ରଭାବିତ ହେଲା ଅଣ ସଂଗଠିତ ଅର୍ଥନୀତି, ବୋଲି ସୁବ୍ରମଣିୟମ ତାଙ୍କର ନୂତନ ପୁସ୍ତକ ‘ଅଫ କାଉନସେଲ: ଦ ଚେଲେଞେସ୍ ଅଫ ଦି ମୋଦି ଜେଟଲୀ ଇକୋନୋମି’ ବିମୁଦ୍ରାୟନ ନିଷ୍ପତି ପାଇଁ ମୋଦିଙ୍କୁ ଦାୟୀକରି ସେ କହିଛନ୍ତି ଯେ ଏହି ନିଷ୍ପତି ପଛରେ ପ୍ରଧାନମନ୍ତ୍ରୀଙ୍କର କୋ÷ଣସି ଦୃଢ଼ ଲକ୍ଷ୍ୟ ନଥିଲା । ବିମୁଦ୍ରାୟନ ଆଧୁନିକ ଭାରତ ଇତିହାସର ସବୁଠାରୁ ବଡ ଅପ୍ରତ୍ୟାଶିତ ଅର୍ଥନୈତିକ ପରୀକ୍ଷା ନଭେମ୍ବର ୮, ୨୦୧୬ ରାତିରେ ଯେତେବେଳେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସମ୍ଭୋଧିତ କରି ୫୦୦ ଓ ୧୦୦୦ ଟଙ୍କା ନୋଟସବୁକୁ ଅଚଳ କରି ଦେଇଥିଲେ ସେତେବେଳେ ସେ କହିଥିଲେ ଯେ କଳାଟଙ୍କା ଉପରେ ଏହା ଏକ ଦୃଢ଼ ପଦକ୍ଷେପ । ବିମୁଦ୍ରାୟନ ଫଳରେ ଦେଶରୁ କଳାଟଙ୍କା ଲୋପ ପାଇବ। ଆତଙ୍କବାଦ ହ୍ରାସ ପାଇବ । ଜାଲି ନୋଟର କାରବାର ବନ୍ଦ ହେବ । ତେବେ ବିଗତ ଦୁଇ ବର୍ଷରେ ସେହି ସବୁ କୈାଣସି ଉଦ୍ଦେଶ୍ୟ ସାଧିତ ହୋଇ ପାରିନାହିଁ । ବିରୋଧି ଦଳର ସମାଲୋଚନାକୁ ମୋଦି-ଜେଟଲୀ ଉଡାଇ ଦେଇଥିଲେ ହେଁ ବର୍ତମାନ ସୁବ୍ରମନିୟମ ଓ ରାୱତ୍ଙ୍କ ମନ୍ତବ୍ୟ କେନ୍ଦ୍ରର ମୋଦି ସରକାରକୁ ବିଶେଷ ଅଡୁଆରେ ପକାଇବ ଏଥିରେ ସନ୍ଦେହ ନାହିଁ ।