ଦେଶ ବିଦେଶ

ଖାଲି ହେବ ନାହିଁ ନ୍ୟାସନାଲ ହେରାଲ୍ଡ ହାଉସ : ସୁପ୍ରିମକୋର୍ଟ

Published

on

ନୂଆଦିଲ୍ଲୀ ୫/୪ : ନ୍ୟାସନାଲ ହେରାଲ୍ଡ ହାଉସକୁ ଖାଲି କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତା ପୀଠ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଆସୋସିଏଟେଡ ଜର୍ଣ୍ଣାଲ ଲିମିଟେଡର ଅପିଲରେ ଭୂମି ଏବଂ ବିକାଶ କାର‌୍ୟ୍ୟାଳୟ ନୋଟିସ ଜାରୀ କରିଛନ୍ତି।
ଏହା ପୂର୍ବରୁ ଏଜେଏଲ ହାଇକୋର୍ଟଙ୍କ ନିଷ୍ପତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଯାହା ଫଳରେ ଦିଲ୍ଲୀର ଆଇଟିଓ ସ୍ଥିତ ନ୍ୟାସନାଲ ହେରାଲ୍ଡ ହାଉସ ଖାଲି କରେଇବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରୟାସକୁ ବିଫଳ କରାଯାଇ ପାରିବ। ଏହା ପୂର୍ବରେ ମାର୍ଚ୍ଚ ୦୧ରେ ହାଇକୋର୍ଟର ଦୁଇ ଜଣିଆ ପୀଠ ହେରାଲ୍ଡ ହାଉସ ଖାଲି କରିବା ବିରୋଧରେ ଦାୟର କରାଯାଇଥିବା ଏଜେଏଲଙ୍କ ଅପିଲକୁ ଖାରଜ କରି ଦେଇଥିଲେ। ଡିସେମ୍ବର ୨୧ରେ ଏଜେଏଲ ଏହି ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ। ଏହା ପରେ ମାର୍ଚ୍ଚ ୭ରେ କେନ୍ଦ୍ର ସରକାର ଏଜେଏଲଙ୍କୁ କାରଣ ଦର୍ଶାଇବା ପାଇଁ ନୋଟିସ ଜାରୀ କରି ମାର୍ଚ୍ଚ ୧୩ ପର‌୍ୟ୍ୟନ୍ତ ଜବାବ ମାଗିଥିଲେ।
ହାଇକୋର୍ଟର ଏକ ପୀଠ ଅନୁଯାୟୀ, ଏଜେଏଲର ୯୯ପ୍ରତିଶତ ସେୟାର ୟଙ୍ଗ ଇଣ୍ଡିଆକୁ ଟ୍ରାନ୍ସଫର କରିବା ଫଳରେ ତାହାର ୪୦୦ କୋଟିରୁ ଅଧିକ ସମ୍ପତି ଗୋପନୀୟ ଭାବରେ ଟ୍ରାନ୍ସଫର ହୋଇଯାଏ। ଏହି ୟଙ୍ଗ ଇଣ୍ଡିଆରେ ସୋନିଆ ଏବଂ ରାହୁଲ ଗାନ୍ଧୀ ଅଂଶଧାରକ ଅଛନ୍ତି। କେନ୍ଦ୍ରୀୟ ଆବାସ ଏବଂ ସହରାଞ୍ଚଳ ବିକାଶର ଜଣେ ଅଧିକାରୀ କହିଛନ୍ତି, ସରକାର ହେରାଲ୍ଡ ହାଉସ ଖାଲି କରିବାକୁ ହାଇକୋର୍ଟର ଆଦେଶ ପରେ ସାର୍ବଜନିକ ପରିସର ଅଧିନିୟମ ୧୯୭୧ ଆଧାରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଆଧାରରେ ଏଜେଏଲକୁ ୧୩ ମାର୍ଚ୍ଚ ପର‌୍ୟ୍ୟନ୍ତ ଜବାବ ଦେବାକୁ ନୋଟିସ ଜାରୀ କରାଯାଇଥିଲା।

Leave a Reply

Your email address will not be published. Required fields are marked *

Trending

Exit mobile version