ସୁନ୍ଦରଗଡ଼ ୩୦/୧ : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ଇନ୍ଦୁପୁରରେ ଘଟିଥିବା ଗଣ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ସୁନିଲ ସାୟାକୁ ଝାଡ଼ଖଣ୍ଡରୁ ଗିରଫ କରାଯାଇଛି । ଫଳରେ ଏହି ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ପୂର୍ବରୁ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସୁନିଲ ଗୁଣିଗାରେଡ଼ି ପାଇଁ ଜଣେ ମହିଳା ଓ ତା’ର ୪ ଜଣ ଶିଶୁଙ୍କୁ କିଭଳି ହତ୍ୟା କରି କୁଅରେ ପକାଇ ଦେଇଥିଲା ତାହା ପୋଲିସ ନିକଟରେ ବର୍ଣ୍ଣନା କରିଛି । ଗତ ୨୫ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା ।