ଦେଶ ବିଦେଶ

କାଶ୍ମୀରରେ ଅଛନ୍ତି ଆହୁରି ୨୭୫ ଆତଙ୍କବାଦୀ : ଡିଜିପି

Published

on

ପୁଂଛ ୨୮/୫ : କାଶ୍ମୀରରେ ପାଖାପାଖି ୨୭୫ ଆତଙ୍କବାଦୀ ଏବେବି ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୦୦ରୁ ୧୨୦ ଜଣ ବିଦେଶୀ ଅଛନ୍ତି । ଆତଙ୍କବାଦୀ ଜାକିର ମୂସାର ମୃତ୍ୟୁ ପରେ କାଶ୍ମୀରରେ ତାହା ଦ୍ୱାରା ସ୍ଥାପିତ ହୋଇଥିବା ଆତଙ୍କବାଦର ନୂତନ ଆଇଡିଆ ସମାପ୍ତ ହୋଇଯାଇଛି । ଜମ୍ମୁ କାଶ୍ମୀରର ପୁଲିସ ଡିଜିପି ଦିଲବାଗ ସିଂହ ପଂଛରେ ଆୟୋଜିତ ଏକ ପୁଲିସ ଦରବାରରେ କହିଛନ୍ତି । ଦିଲବାଗ ସିଂହ ରାଜ୍ୟରେ ପୁଲିସଙ୍କ ତରଫରୁ ଡ୍ରଗ୍ସ ବିରୋଧରେ କରାଯାଉଥିବା ଅଭିଯାନର ପ୍ରଶଂସା କରି କହିଛନ୍ତି କି, ଏଥିରେ ଜନତାଙ୍କର ପୂର୍ଣ୍ଣ ସଙ୍କେଯାଗ ରହିଛି । ପଳରେ ପୁଲିସ କିଛି ଦିନ ହେବ ଡ୍ରଗ୍ସର ବହୁ ଠିକଣା ଜବତ କରିଛି ।  ଆଜି ଦ୍ୱିପ୍ରହର ସମୟରେ ପୁଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହ ପୁଁଛ ଗସ୍ତରେ ପହଂଚି ଥିଲେ । ସେଠାରେ ଡିଆଇଜି ପୁଂଛ-ରାଜୌରୀ ରେଞ୍ଜର ବିବେକ ଗୁପ୍ତା ଏବଂ ଏସଏସପି ପୁଂଛ ରମେଶ ଅଙ୍ଗରାଲ ତାଙ୍କୁ ସ୍ୱାଗତ କରିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version