ରାଜ୍ୟ

କାଳିଆ ଯୋଜନାର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

Published

on

ଭୁବନେଶ୍ୱର ୧୭/୧ : ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଗୁରୁବାର ସଚିବାଳୟରେ କାଳିଆ ଯୋଜନାର ସମୀକ୍ଷା କରିଛନ୍ତି । ଇତିମଧ୍ୟରେ ଆବେଦନଙ୍କ ସଂଖ୍ୟା ୬୬ ଲକ୍ଷ ଟପିଛି ବୋଲି କୃଷି ସଚିବ ସୋ÷ରଭ ଗର୍ଗ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଯୋଗ୍ୟ ହିତାଧିକାରୀମାନଙ୍କୁ ଆସନ୍ତା ୨୫ ତାରିଖ ସୁଦ୍ଧା ସହାୟତା ଅର୍ଥ ପୈଠ କରାଯିବ । ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଏହା ପ୍ରଦାନ କରାଯିବ । ଏହାଦ୍ୱାରା ଗରିବ ଓ ଭୂମିହୀନ ଚାଷୀ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version