ଭୁବନେଶ୍ୱର ୨୨/୫ : କାଲି ସକାଳ ୮ଟାରୁ ରାଜ୍ୟର ମୋଟ ୬୩ଟି ସ୍ଥାନରେ ଭୋଟଗଣତି ହେବ । ଦେଶର ୫୪୩ ଲୋକସଭା ଆସନର ଭୋଟଗଣତି ହେବ । ରାଜ୍ୟର ୨୧ଟି ଲୋକସଭା ସମେତ ୧୪୬ଟି ବିଧାନସଭା ପାଇଁ ଭୋଟଗଣତି ହେବ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି । ପ୍ରତି ଲୋକସଭା ନିର୍ବାଚନମଣ୍ଡଳୀ ସମେତ ପ୍ରତିଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୫ଟି ଲେଖାଁଏ ବୁଥର ଭିଭିପାଟ ଚିରକୁଟ ଗଣାଯିବା ବ୍ୟବସ୍ଥା ଥିବାରୁ ଫଳାଫଳ ଆସିବାରେ ବିଳମ୍ବ ହୋଇପାରେ । ମୋଟ ୫ ହଜାର ୭ ଶହ କର୍ମଚାରୀ ଭୋଟଗଣତି କାମରେ ନିୟୋଜିତ ହେବେ ।
ପ୍ରତି ହଲରେ ଅନ୍ୟୁନ ୭ଟି ଟେବୁଲ ବିଧାନସଭା ପାଇଁ ଓ ୭ଟି ଲୋକସଭା ଇଭିଏମ ଗଣତି କରିବାକୁ ବ୍ୟବସ୍ଥା ହୋଇଛି । ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଜଣେ କାଉଟିଂ ସହାୟକ ଓ ଜଣେ ମାଇକ୍ରୋ ଅବଜରଭର ନିୟୋଜିତ ହେବେ । ସୁରକ୍ଷା ଦୃଷ୍ଟିରୁ ଭୋଟଗଣତି କେନ୍ଦ୍ରରେ ସିସିଟିଭି ସମେତ ଭିଡିଓଗ୍ରାଫି କରାଯିବ ।