ଆଇନ କାନୁନ

କାଠଗଡ଼ାରେ ‘କାଳିଆ’

Published

on

କଟକ ୨୪/୧ : କାଳିଆକୁ ନେଇ ପୁଣି ଏକ ବିବାଦ ଦେଖାଦେଇଛି । କଣ୍ଟିଜେନ୍ସି ଫଣ୍ଡରୁ ଏହି ଯୋଜନା ପାଇଁ ଅର୍ଥ ଯୋଗାଣକୁ ବିରୋଧ କରାଯାଇଛି । ଏହା ବିରୁଦ୍ଧରେ ହାଇକୋର୍ଟରେ ହୋଇଥିବା ଆବେଦନରେ କୁହାଯାଇଛି ଯେ, ‘କାଳିଆ’ ଯୋଜନା ପାଇଁ ଉକ୍ତ ପାଣ୍ଠିରୁ ଅର୍ଥ ଯୋଗାଣ ବେଆଇନ୍ । ତେଣୁ ଏହା ଉପରେ ରୋକ ଲଗାଯାଉ । ଆବେଦନର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି । ମୁଖ୍ୟ ଶାସନ ସଚିବ, ଅର୍ଥ ସଚିବ ଓ କୃଷି ସଚିବଙ୍କୁ ଏ ସଂକ୍ରାନ୍ତରେ ନୋଟିସ୍ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version