ନୂଆଦିଲ୍ଲୀ: ଦେଶରେ କଂଗ୍ରେସ ରାଜ୍ୟରେ କରୋନା ମହାମାରୀ ର ମୁକାବିଲା ପାଇଁ ବିଶ୍ୱ ବିଖ୍ୟାତ ଟେକନୋକ୍ରାଟ ଶ୍ୟାମ ପିତ୍ରୋଡା ବାହାରିଛନ୍ତି ।
ଶ୍ୟାମ ଗତ ବୁଧବାର ଦିନ ଚାରୋଟି କଂଗ୍ରେସ ଶାସିତ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ମାନଙ୍କ ସହ କଥାବାର୍ତ୍ତା କରିଛନ୍ତି । ଭିଡ଼ିଓ କଂଫ୍ରେସିଂ ମାଧ୍ୟମରେ ଅନୁଷ୍ଠିତ ଏହି କଥାବାର୍ତ୍ତା ବେଳେ କେତକ ଖ୍ୟାତନାମା ଡାକ୍ତର ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର, ମନିଶ ତିବାରୀ ଓ କେ. ରାଜୁ ଉପସ୍ଥିତ ଥିଲେ ।
ବିଶ୍ୱରେ ଜଣେ ଦକ୍ଷ ଆଇ.ଟି ପ୍ରଫେସନଲ ଭାବେ ଜଣାଶୁଣା ଶ୍ୟାମଙ୍କ ଏହି ନୂଆ ଭୂମିକା କଂଗ୍ରେସ ଦଳରେ ଆଲୋଡନ ସୃଷ୍ଟି କରିଛି ।
ଶ୍ୟାମଙ୍କୁ ଏହି ନୂଆ ଦାଇତ୍ଵ ସୋନିଆ ଗାନ୍ଧୀ ଦେଇଛନ୍ତି ନା ରାହୁଲ ଗାନ୍ଧୀ? ଶ୍ୟାମ ପ୍ରକୃତରେ ସୋନିଆ ଓ ରାଜୀବଙ୍କ ବନ୍ଧୁ ଭାବରେ ପରିଚିତ । ତେବେ ବର୍ତମାନ ତାଙ୍କୁ ରାହୁଲଙ୍କ ଲୋକମାନେ ଘେରିକରି ରହିଛନ୍ତି ।
ଛତିଶଗଡ଼, ପଞ୍ଜାବ, ରାଜସ୍ଥାନ ଓ ପୁଦୁଚେରୀ ରେ କଂଗ୍ରେସ ସରକାର ରହିଛି ।
ଏଠାରେ ପ୍ରକାଶ ଯୋଗ୍ୟ ଯେ ଶ୍ୟାମଙ୍କୁ ଏକଦା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ତାଙ୍କର ଆଇଟି ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଥିଲେ ।