ରାଜନୀତି

କଂଗ୍ରେସ ଛାଡ଼ିଲେ ପାରଳାଖେମୁଣ୍ଡି ପୂର୍ବତନ ବିଧାୟକ କେ. ସୂର‌୍ୟ୍ୟା ରାଓ

Published

on

ଭୁବନେଶ୍ୱର ୧୧/୬ : କଂଗ୍ରେସ ଛାଡ଼ିଲେ ପାରଳାଖେମୁଣ୍ଡି ପୂର୍ବତନ ବିଧାୟକ କେ. ସୂର‌୍ୟ୍ୟା ରାଓ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି କେ. ସୂର‌୍ୟ୍ୟା ରାଓ । ଏନେଇ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପତ୍ର ଦେଇଛନ୍ତି ସୂର‌୍ୟ୍ୟା ରାଓ । ଇସ୍ତଫା ପତ୍ରରେ ନିଜର କ୍ଷୋଭ ପ୍ରକାଶ କରି କେ. ସୂର‌୍ୟ୍ୟା ରାଓ ଉଲ୍ଲେଖ କରିଛନ୍ତି କି, ଗତ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ହାୱା ଚାଲୁଥିଲେ ମଧ୍ୟ ସେ ପାରଳାଖେମୁଣ୍ଡିରେ କଂଗ୍ରେସ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ ସୁଦ୍ଧା ଦଳ ତାଙ୍କୁ ଅଣଦେଖା କରି ଆସୁଛି ।
ଏପରିକି ୨୦୧୯ ନିର୍ବାଚନରେ ଦଳୀୟ ଟିକେଟ୍ ଘୋଷଣା କରିବାରେ ବିଳମ୍ବ କରିଥିଲା । ଯାହା ତାଙ୍କୁ ଏବଂ କର୍ମୀଙ୍କୁ ଦ୍ୱନ୍ଦରେ ପକାଇଲା ଏବଂ ଅଧିକ ସମୟ ନ ମିଳିବାରୁ ଦଳ ଏଠାରୁ ପରାଜୟର ଦ୍ୱାର ଦେଖିଛି ବୋଲି ଅଭିଯୋଗ ଆଣିଛନ୍ତି ସୂର‌୍ୟ୍ୟା । ସେହିଭଳି ବିଜେପି-ବିଜେଡି ତରଫରୁ ଶୀର୍ଷ ନେତା ତଥା ଷ୍ଟାର ପ୍ରଚାରରକମାନେ ପ୍ରଚାର କରିଥିଲେ ମଧ୍ୟ କଂଗ୍ରେସ ତରଫରୁ କୌଣସି ଷ୍ଟାର ପ୍ରଚାରକ ପ୍ରଚାର ମୈଦାନକୁ ଓହ୍ଲାଇନଥିଲେ । ଯାହା ତାଙ୍କୁ ମର୍ମାହତ କରିଛି ତେଣୁ ସେ ଦଳରୁ ଇସ୍ତଫା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version