ରାଜନୀତି

କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଲେ ପ୍ରଦୀପ

Published

on

ଭୁବନେଶ୍ୱର ୧୨/୩ : କଂଗ୍ରେସକୁ ଶକ୍ତ ଝଟକା । ଦଳ ଛାଡି ବିଜେଡିରେ ମିଶିଛନ୍ତି ପ୍ରଦୀପ ଦିଶାରୀ । ଶହ ଶହ ସମର୍ଥକଙ୍କ ସହିତ ଆଜି ପ୍ରଦୀପ ଦିଶାରୀ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି । ପ୍ରଦୀପଙ୍କ ଯୋଗଦାନ ଫଳରେ କଳାହାଣ୍ଡି ଲାଂଜିଗଡରେ ଦଳ ଅଧିକ ଶକ୍ତିଶାଳୀ ହେବ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୨୦୧୪ ନିର୍ବାଚନରେ ଲାଂଜିଗଡରୁ ଆଦିବାସୀ ସଂରକ୍ଷିତ ଆସନରୁ କଂଗ୍ରେସ ଟିକଟରୁ ଲଢିଥିଲେ ପ୍ରଦୀପ ଦିଶାରୀ ।ବିଜେଡିରେ ସାମିଲ ହେବା ପରେ ପ୍ରଦୀପ ନିଜ ପ୍ରତିକ୍ରିୟା କହିଛନ୍ତି କି, ଦଳରେ ତାଙ୍କୁ ଅଣଦେଖା କରାଗଲା । ଗଣତନ୍ତ୍ର ପଦ୍ଧତିରେ ଯେଭଳି ଭାବରେ ପ୍ରାର୍ଥ ଚନୟ କରାଯିବା କଥା ଏଥିରେ ଟାଳଟୁଳ ନୀତି ଅବଲମ୍ବନ କରାଗଲା । ଏପରିକି ଯେତେବେଳେ ତାଙ୍କର ସମର୍ଥକମାନେ ପ୍ରାର୍ଥୀ ପାଇଁ ଦାବି କରିଥିଲେ ସେତେବେଳେ ତାଙ୍କ ଦାବିକୁ କର୍ଣ୍ଣପାତ କରାଗଲା ନାହିଁ ଏବଂ ବିଭିନ୍ନ ସଭା ସମିତିରେ ତାଙ୍କୁ ଡକା ନଯିବା ସହ ଦଳରେ ତାଙ୍କୁ ବାରମ୍ବାର ଅନାଦର କରାଯିବା କାରଣରୁ ସେ କଂଗ୍ରେସ ଛାଡିବାକୁ ନିଷ୍ପତି ନେଇଥିବା କହିଛନ୍ତି ପ୍ରଦୀପ ଦିଶାରୀ।

Leave a Reply

Your email address will not be published. Required fields are marked *

Trending

Exit mobile version