ଦେଶ ବିଦେଶ

କଂଗ୍ରେସ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଲେ ବାରଣାସୀରୁ ନିର୍ବାଚନ ଲଢ଼ିବି : ପ୍ରିୟଙ୍କା

Published

on

ବାରଣାସୀ ୨୨/୪ : ପ୍ରିୟଙ୍କା କହିଛନ୍ତି ଯଦି କଂଗ୍ରେସ ଅଧ୍ୟକ୍ଷ ତଥା ଭାଇ ରାହୁଲ ଚାହିଁଲେ ସେ ମୋଦିଙ୍କ ବିରୋଧରେ ବାରଣାସୀରୁ ନିର୍ବାଚନ ଲଢ଼ିବେ । ବାରଣାସୀରୁ ଲଢ଼ିବାକୁ ସୁଯୋଗ ମିଳିଲେ ବହୁତ ଖୁସି ହେବେ ବୋଲି ପ୍ରିୟଙ୍କା କହିଛନ୍ତି । କେରଳ ୱାୟନାଡରେ ୨ଦିନ ପ୍ରଚାର କରି ୟୁପି ଫେରିଥିବା ପ୍ରିୟଙ୍କା କହିଛନ୍ତି ଯେ ସ୍ଥାନୀୟ କାର‌୍ୟ୍ୟକର୍ତ୍ତା ସେ ବାରଣାସୀ ଆସନରୁ ଲଢ଼ନ୍ତୁ ବୋଲି ଚାହୁଁଛନ୍ତି ।
ତେବେ ମୋଦିଙ୍କ ବିରୋଧରେ ପ୍ରିୟଙ୍କାଙ୍କୁ ପ୍ରାର୍ଥୀ କରିବା ପୂର୍ବରୁ କଂଗ୍ରେସ କେତେକ ଆଭ୍ୟନ୍ତରୀଣ ସର୍ଭେ ଚଳାଇଛି । ବାରଣାସୀରେ ୨୦୧୪ରେ କଂଗ୍ରେସ ଅଜୟ ରାଓଙ୍କୁ ଟିକେଟ୍ ଦେଇଥିଲା । ବିଗତ ୫ବର୍ଷ ମଧ୍ୟରେ ଏହି ଆସନରେ ଦଳର ସାଂଗଠନିକ ସ୍ଥିତି ବିଶେଷ ଭଲ ନଥିବାବେଳେ ନିକଟରେ ପ୍ରିୟଙ୍କାଙ୍କ ନୌକା ଯାତ୍ରା ପରେ ସ୍ଥିତିରେ ସାମାନ୍ୟ ଉନ୍ନତି ହୋଇଛି । ଏଭଳି ସ୍ଥିତିରେ ପ୍ରିୟଙ୍କାଙ୍କୁ ପ୍ରାର୍ଥୀ କରାଯିବ କି ନାହିଁ, ସେ ନେଇ ଦଳୀୟ ନେତାଙ୍କ ମନ୍ଥନ ଜାରି ରହିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version