ରାଜନୀତି

କଂଗ୍ରେସର ସଙ୍କଟ ବଢ଼ୁଛି : ଇସ୍ତଫା ଦେଲେ ଯୋଗେଶ ସିଂ

Published

on

ଭୁବନେଶ୍ୱର ୧୮/୧ : ଇତି ମଧ୍ୟରେ ରାଜ୍ୟ କଂଗ୍ରେସରେ ସଙ୍କଟ କମିବାର ନାଁ ଧରୁନି । ଦୁଇ ଦିନ ତଳେ ଝାରସୁଗୁଡ଼ା ବିଧାୟକ ନବ ଦାସ ଇସ୍ତଫା ଦେଇଥିବାବେଳେ ଆଜି ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ କଂଗ୍ରେସ ସଦସ୍ୟ ପଦ ଓ ରାଜ୍ୟ ବିଧାନସଭାରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଛନ୍ତି । ଅବଶ୍ୟ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଗତକାଲି ତାଙ୍କୁ କଂଗ୍ରେସରୁ ନିଲମ୍ବନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version