ଭୁବନେଶ୍ୱର: ଓଡ଼ିଶା ସରକାର ଆଜି 17 ବିଭାଗର ଅଫିସର ଓ କର୍ମଚାରୀଙ୍କୁ ଅଫିସ ଆସିବାକୁ ମନା କରିଛନ୍ତି । କୋରନା ମୁକବିଲାରେ ସାମାଜିକ ଦୂରତା ରଖିବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି ।
ରାଜ୍ୟ ସରକାର ବିଭାଗଗୁଡିକର ଆବଶ୍ୟକତା ଆକଳନ କରି ସେମାନଙ୍କର ବର୍ଗୀକରଣ କରିଥିଲେ । ଆଜି ସେହି ତାଲିକାରେ ରାଜ୍ୟ ସରକାର କେତକ ପରିବର୍ତନ କରିଛନ୍ତି। ନୂଆ ତାଲିକାରେ 11 ଟି ବିଭାଗକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରି ସେଗୁଡିକକୁ କ୍ରଇଟିକାଲ, 13 ଟିକୁ ଆଂଶିକ- କ୍ରଇଟିକାଲ ଏବଂ 17 ଟିକୁ ଅଣ-କ୍ରଇଟିକାଲ ଭାବେ ବର୍ଗୀକରଣ କରିଛନ୍ତି ।
କ୍ରିଟୀକାଲ ବର୍ଗରେ ଥିବା 11 ବିଭାଗ 50% କର୍ମଚାରୀରେ କାମ ଚଳେଇବାକୁ ନିର୍ଦେଶ ଥିବା ବେଳେ, ଆଂଶିକ-କ୍ରିଟିକାଲ ବ୍ୟବହାର 13 ବିଭାଗକୁ 10% କର୍ମଚାରୀଙ୍କୁ ନେଇ କାମ ଚଳେଇବାକୁ ନିର୍ଦ୍ଦେଶ ରହିଛି । ତେବେ ଅବଶିଷ୍ଠ 17 ଟି ବିଭାଗର କର୍ମଚାରୀଙ୍କୁ ଘରେ ରହିବକୁ କହିଛନ୍ତି .