More

ଓଡିଶା ବିଦ୍ୟୁତ ଗ୍ରହକଙ୍କୁ ମିଳିଲା ରିହାତି

Published

on

ଭୁବନେଶ୍ୱର: ଓଡ଼ିଶାର ବିଦ୍ୟୁତ ଗ୍ରାହକଙ୍କୁ ମିଳିଲା ରିହାତି।

ରାଜ୍ୟର ଘରୋଇ ବିଦ୍ୟୁତ ଗ୍ରାହକ ଏବଂ କ୍ଷଦ୍ର ଶିଳ୍ପ ଗୁଡିଙ୍କୁ ମିଳିବ ଏହି ରିହାତି ।

ବିଳମ୍ବରେ ବିଦ୍ୟୁତ ଵିଲ ପୈଠ ପାଇଁ ଦେବାକୁ ପଡୁଥିବା ଫାଇନ ବା ସରଚାର୍ଜ ଦେବାକୁ ପଡିବ ନାହିଁ ।

ଲକଡାଉନ ଯୋଗୁଁ ରାଜ୍ୟର ହାଜର ହଜାର ଗ୍ରାହକ ସେମାନଙ୍କର ଵିଲ ଠିକ ସମୟରେ ପୈଠ କରିବାରେ ସକ୍ଷମ ହୋଇ ପାରିନାହାନ୍ତି । ବିଶେଷ କରି କ୍ଷଦ୍ର ଶିଳ୍ପଗୁଡିକ ସରଚାର୍ଜ ଭାରରେ ଆକ୍ରାନ୍ତ ହୋଇ ପଡିଛନ୍ତି । ଲକଡାଉନ ଯୋଗୁଁ ଶିଳ୍ପ ଅନୁଷ୍ଠାନଗୁଡିକ ବନ୍ଦ ହୋଇ ଯାଇଥିବା ବେଳେ ଏହି ସରଚାର୍ଜ ବୋଝ ସେମାନଙ୍କୁ ବାଧୁଛି ।

ରାଜ୍ୟ ସରକାର ରାଜ୍ୟର ଚାରୋଟି ବିଦ୍ୟୁତ ବିତରଣ କମ୍ପାନୀ – ସେସୁ, ସାଉଥକୋ, ନର୍ଥକୋ ଓ ୱେସ୍କୋ – କୁ ଚିଠି ଲେଖି ବିଳମ୍ବରେ ଵିଲ ପୈଠ ପାଇଁ ଲାଗୁଥିବା ଫାଇନ, ସୁଧ ଓ ସରଚାର୍ଜ ଆଦାୟ ନ କରିବାକୁ ନିର୍ଦେଶ ଦେଇଛନ୍ତି । ଏ ସଂକ୍ରାନ୍ତରେ ଓଡିଶା ଇଲେକ୍ଟ୍ରିସିଟି ରେଗୁଲଟୋରୀ କମିଶନଙ୍କର ଅର୍ଡର ମଧ୍ୟ ରାଜ୍ୟ ସରକାର ତାଙ୍କ ଚିଠିରେ ଦର୍ଶଇଛନ୍ତି ।ଲକଡାଉନ ସମୟରେ ଵିଲ ପୈଠରେ ବିଳମ୍ବ ପାଇଁ ଘରୋଇ ଓ କ୍ଷଦ୍ର ଶିଳ୍ପ ଗୁଡିକୁ ଫାଇନ ବା ସରଚାର୍ଜ ଦେବାକୁ ପଡିବ ନାହିଁ ।

 

Leave a Reply

Your email address will not be published. Required fields are marked *

Trending

Exit mobile version