Nation

ଓଡିଶା କ୍ୟାଡର ଆଇଏଏସ ଦମ୍ପତିଙ୍କ ନେତୃତ୍ୱ ଦେଶର ଚାଷୀଙ୍କୁ ଦେଇଛି ଆଶ୍ୱାସନା

Published

on

ନୂଆଦିଲ୍ଲୀ: ଓଡିଶା କ୍ୟାଡର ଆଇଏଏସ ଅଫିସର ମନୋଜ ଆହୁଜା କେନ୍ଦ୍ର ସରକାରରେ କୃଷି ସଚିବ। ତାଙ୍କ ପତ୍ନୀ ୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ଆରତୀ ଆହୁଜା କେନ୍ଦ୍ର ସରକାରଙ୍କ ଫର୍ଟିଲାଜର ବିଭାଗର ସଚିବ। ସରକାରୀ କାର୍ଯ୍ୟକ୍ରମରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା ନ୍ୟାସନାଲ କଂଫରେନ୍ସ ଅନ ଏଗ୍ରିକଲଚର ଫର ରବି କ୍ୟାମ୍ପନ-୨୦୨୨ ମଞ୍ଚରେ। ମନୋଜ ଆହୁଜା କୃଷି ଅଫିସରମାନକୁ ରବିଋତୁରେ ଫସଲ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେବାବେଳେ, ଆରତୀ ରସାୟନ ଓ ସାର ବିଭାଗର ଅଫିସରମାନଙ୍କୁ ଚାଷୀଙ୍କୁ ଆବଶ୍ୟକ ସାର ଯୋଗାଇ ଦେବାର ବନ୍ଦୋବସ୍ତ କରିବାକୁ ନିର୍ଦେଶ ଦେଇଥିଲେ। କେବଳ ସେତିକି ନୁହେଁ ସେ ତାଙ୍କର ସ୍ୱାମୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଦେଶରେ ଯଥେଷ୍ଟ ସାର ମହଜୁଦ ଅଛି। ଆସନ୍ତା ରବି ଫସଲ ପାଇଁ ଆବଶ୍ୟକ ସାର ଯୋଗାଇ ଦିଆ ଯିବାରେ କିଛି ଅସୁବିଧା ନାହିଁ।

ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଦେଶରେ ସାର ଯୋଗାଣରେ ଅସୁବିଧା ରହିଛି। ତେବେ ମନୋଜ-ଅରତୀଙ୍କ ଯୁଗଳ ନେତୃତ୍ୱ ଦେଶର ଚାଷୀଙ୍କ ମନରେ ଗଭୀର ଆତ୍ମବିଶ୍ବାସ ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ।

Leave a Reply

Your email address will not be published. Required fields are marked *

Trending

Exit mobile version