ରାଜ୍ୟ

ଓଡିଶାରେ ଲକଡାଉନ ଅବଧି ବଢ଼ିଲା, ଦେଶରେ ପ୍ରଥମ ରାଜ୍ୟ

Published

on

ଭୁବନେଶ୍ୱର: ଓଡିଶା ସରକାର ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନ ଅବଧିକୁ ଏପ୍ରିଲ 30 ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି ।

ଦେଶରେ ଲକଡାଉନ ସମୟ ଆସନ୍ତା 14 ତାରିଖରେ ସାରୁଥିଲା । ତେବେ ଏହି ଅବଧି ଶେଷ ହେବା ପୂର୍ବରୁ ଓଡିଶା ସରକାର ଲକଡାଉନ ସମୟ କୁ ଆହୁରି 15 ଦିନ ବଢାଇ ଦେଇଛନ୍ତି । ଓଡିଶା ହଉଛି ଦେଶର ପ୍ରଥମ ରାଜ୍ୟ ଏଭଳି ପଦକ୍ଷେପ ନେବାରେ ।

ବୁଧବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଭିଡ଼ିଓ ବାର୍ତା ରେ ଲକଡାଉନ ଅବଧି ବଢିବାର ସୂଚନା ଦେବା ସଙ୍ଗେ ସଙ୍ଗେ କହିଛନ୍ତି ଯେ ରାଜ୍ୟ ସରକାର ଏପ୍ରିଲ 30 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଉଡାଜାହାଜ ଓ ରେଳ ଚଳାଚଳ ବନ୍ଦ ରଖିବାକୁ କେନ୍ଦ୍ରକୁ ଅନୁରୋଧ କରାଯିବ । ଏହାଛଡା ରାଜ୍ୟ ସରକାର ସମଗ୍ର ଦେଶରେ ଲକଡାଉନ ସମୟକୁ ଏପ୍ରିଲ 30 ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁରୋଧ କରାଯିବ ।

Leave a Reply

Your email address will not be published. Required fields are marked *

Trending

Exit mobile version