ରାଜ୍ୟ

ଓଡିଶାରେ ପୁରସ୍କୃତ ହେବେ ସ୍ୱଚ୍ଛ ବିଦ୍ୟାଳୟ

Published

on

ଭୁବନେଶ୍ୱର, : ବିଦ୍ୟାୟରେ ସ୍ୱଚ୍ଛତାକୁ ବଜାଇ ରଖିବା ପାଇଁ ସରକାର ଏକ ନୂଆ ପଦକ୍ଷପ ଗ୍ରହଣ କରିଛନ୍ତି । ଏବେ ସବୁଠାରୁ ଅଧିକ ସ୍ୱଚ୍ଛ ଥିବା ବା ବିଦ୍ୟାଳୟକୁ ସ୍ୱଚ୍ଛ ରଖୁଥିବା ବିଦ୍ୟାଳୟକୁ ପୁରସ୍କାର ପ୍ରଦାନ କରାଯିବ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସବୁ ବିଦ୍ୟାଳୟରେ ସ୍ୱଚ୍ଛତା ବ୍ୟବସ୍ଥା ସୁଧାରିବା ପାଇଁ ଏହି ଓଡିଶା ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର ଶୁଭାରମ୍ଭ କରିଛନ୍ତି । । ବ୍ଲକ୍‌, ଜିଲ୍ଲା ଓ ରାଜ୍ୟ ସ୍ତରରେ ପୁରସ୍କାର ଦିଆଯିବ । ବ୍ଲକ୍‌ରେ ସ୍ତରରେ ଯେଉଁ ବିଦ୍ୟାଳୟ ଅଧିକ ସ୍ୱଚ୍ଛ ଥିବା ତାଙ୍କୁ ୨,୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ । ସେହିପରି ଜିଲ୍ଲା ସ୍ତରରେ ୫,୦୦୦ ଓ ରାଜ୍ୟ ସ୍ତରରେ ୧୦,୦୦୦ ଟଙ୍କା ପୁରସ୍କାର ମିଳିବ । ଏଥିପାଇଁ ବିଦ୍ୟାଳୟ ଗୁଡ଼ିକ ଅନ୍‌ଲାଇନରେ ଆବେଦନ କରି ପାରିବେ ।
ଅକ୍ଟୋବର ୧୪ ସୁଦ୍ଧା ସମସ୍ତ ସ୍କୁଲ ଗୁଡ଼ିକ ଅନ୍‌ଲାଇନ୍‌ ଆବେଦନ କରିବେ । ଅକ୍ଟୋବର ୩୧ ସୁଦ୍ଧା ଆବେଦନ ପତ୍ର ଯାଞ୍ଚ ଶେଷ ହେବ । ନଭେମ୍ବର ୧ରୁ ୧୦ ମଧ୍ୟରେ ପୁରସ୍କାର ବିତରଣ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version