ରାଜ୍ୟ

ଓଟିଇଟି ପ୍ରଶ୍ନପତ୍ର ଲିକ : ପ୍ରାଥମିକ ତଦନ୍ତ ଆରମ୍ଭ

Published

on

ଭୁବନେଶ୍ୱର ୧୯/୧ : ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି । ଆଜି ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମଙ୍ଗଳାବାଗ ଥାନାରେ ଏତଲା ଦିଆଯିବା ପରେ ପୋଲିସ ପରିଷଦ କାର୍ଯ୍ୟାଳୟକୁ ଆସି ପ୍ରାଥମିକ ତଥ୍ୟ ସଂଗ୍ରହ କରିଛି । ପୂର୍ବରୁ ଏହାର କ୍ରାଇମବ୍ରାଂଚ ତଦନ୍ତ ହେବ ବୋଲି ପରିଷଦ କର୍ତ୍ତୃପକ୍ଷ ଘୋଷଣା କରିଥିଲେ । ତେବେ ବର୍ତ୍ତମାନ ପାଇଁ କମିଶନରେଟ ପୋଲିସର ସହାୟତାରେ ଏହାର ତଦନ୍ତ ଚାଲିବ ଏବଂ ଏହାର ତଦନ୍ତ ଦାୟିତ୍ୱ ସାଇବର ଅପରାଧ ଶାଖା ବା କ୍ରାଇବ୍ରାଂଚକୁ ହସ୍ତାନ୍ତର କରାଯିବ କି ନାହିଁ ତାହା ପରେ ସ୍ଥିର କରାଯିବ ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version