ଭୁବନେଶ୍ୱର ୧୮/୧ : ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣାର କ୍ରାଇମବ୍ରାଂଚ ତଦନ୍ତ ଲାଗି ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ସୁପାରିଶ କରିବ । କ୍ରାଇମବ୍ରାଂଚ ଅଧିକାରୀଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରାଯାଇଛି ବୋଲି ପରିସଦ ଅଧିକାରୀ କହିଛନ୍ତି । ପୂର୍ବରୁ ପ୍ରଶ୍ନପତ୍ର ଲିକ ନେଇ ଶିକ୍ଷା ପରିଷଦ କ୍ରାଇମବ୍ରାଂଚକୁ ଏକ ପତ୍ର ଲେଖିଥିଲା । ତେବେ ତଦନ୍ତ ପାଇଁ ବିଧିବଦ୍ଧ ଭାବେ ସୁପାରିସ କରିବାକୁ କ୍ରାଇମବ୍ରାଂଚ ପକ୍ଷରୁ ଶିକ୍ଷା ପରିଷଦକୁ ପରାମର୍ଶ ଦିଆଯାଇଥିଲା ।