ଦେଶ ବିଦେଶ

ଏସି ନାହିଁ, ବଡ଼ବାବୁଙ୍କ ପାଇଁ ଟେବୁଲ ଫ୍ୟାନ ଆଉ ଅନ୍ୟମାନଙ୍କ ପାଇଁ ହାତପଙ୍ଖା

Published

on

ରାଏପୁର:ଛତିଶଗଡ ସରକାର ନିଷ୍ପତି ନେଲେ ସବୁ ସରକାରୀ ଦଫ୍ତର ଖୋଲିବାକୁ। ହେଲେ ଅଫିସରେ ଏସି ଲଗାଇବା ଉପରେ ନିଷେଧାଜ୍ଞା ଜାରି କରିଛନ୍ତି।
କରୋନା ମହାମାରୀର ଭୟରେ ସରକାର ଏଭଳି ଏସି ବ୍ୟବହାର ଉପରେ ରୋକ ଲଗାଇଛନ୍ତି।
ଏହି ଘଟଣାକୁ ନେଇ ଛତିଶଗଡ ସଚିବାଳୟରେ ବର୍ତମାନ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟ ରାଜ୍ୟ ସଚିବାଳୟ କଥା ଭିନ୍ନ ।
ଛତିଶଗଡ଼ ସଚିବାଳୟରେ ସେଣ୍ଟ୍ରାଲ ଏସି ବ୍ୟବସ୍ଥା ଥିବାରୁ ସିଲିଂ ଫ୍ୟାନର ବ୍ୟବସ୍ଥା ହୋଇନାହିଁ।
ସହରରେ ପରଦ ୪୫ ଡିଗ୍ରୀରେ ପହଞ୍ଚିବା ପରେ ବଡବାବୁମାନେ ସରକାରୀ ପଇସାରେ ଟେବୁଲ ଫ୍ୟାନ ଲଗାଇ ଦେଲେ। ହେଲେ ସନବାବୁମାନଙ୍କ କଥା ବୁଝୁଛି କିଏ? କେହି କେହି ନିଜ ହାତରୁ କିଣି ଟେବୁଲ ଫ୍ୟାନ ଲଗାଇଲେ। ଅନ୍ୟମାନେ ହାତପଙ୍ଖାରେ ବିଞ୍ଚି ହୋଇ ଫାଇଲ ଚଷୁଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version