ଅପରାଧ

ଏସଏସଡ଼ି ହାଇସ୍କୁଲରେ ୧୦୮ଟି ଗଣିତ ଓଏମଆର ସିଟ ଗାଏବ ଘଟଣା : ଚାରିଜଣ ନିଲମ୍ବିତ

Published

on

ମାଲକାନଗିରି ୫/୩ : ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ପରେ ପରେ ମାଲକାନଗିରିରେ ପଡ଼ିଆ ଏସଏସଡ଼ି ହାଇସ୍କୁଲରେ ୧୦୮ଟି ଗଣିତ ଓଏମଆର ସିଟ ଗାଏବ ହୋଇଥିଲା । ଏହି ମାମଲାରେ ମାଲକାନଗିରି ଜିଲ୍ଲାପାଳ ଚାରିଜଣଙ୍କୁ ନିଲମ୍ବନ କରିଛନ୍ତି ।
ସୂଚନା ମୁତାବକ ,ମାଲକାନଗିରିରେ ପଡ଼ିଆ ଏସଏସଡ଼ି ହାଇସ୍କୁଲରେ କଡ଼ା ସୁରକ୍ଷା ଥାଇ ମଧ୍ୟ ମାଟ୍ରିକ ପରୀକ୍ଷାର୧୦୮ଟି ଗଣିତ ଓଏମଆର ସିଟ ଗାଏବ ହୋଇଥିଲା । ଏନେଇ ଆଜି ସୁପରିଟେଣ୍ଡେଣ୍ଟ ଶତ୍ରୁଘନ ସ୍ବାଇଁ ଓ ଡେପୁଟି ସୁପରିଟେଣ୍ଡେଣ୍ଟ ବିଦ୍ୟୁତ ପାତ୍ର ଓ ୨ ଶିକ୍ଷକ ଜଳନ୍ଧର ବେହେରା ଓ ପ୍ରଭାକର ପାଢ଼ୀଙ୍କୁ ଆଜି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ନିଲମ୍ବନ କରିଛନ୍ତି । ଏହି ମାମଲାରେ ପୋଲିସ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version