ରାଜ୍ୟ

ଏମଏସପି ବୃଦ୍ଧି ପାଇଁ ଲଢେଇ ଜାରି ରହିଛି, ରହିବ:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published

on

ଭୁବନେଶ୍ୱର: କୃଷିଜାତ ଦ୍ରବ୍ୟର ସର୍ଵନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନିମନ୍ତେ ଲଢ଼େଇ ଜାରି ରହିଛି ଏବଂ ରହିବ ବୋଲି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

କୃଷି ଓଡିଶା -୨୦୨୧ ଅବସରରର ମୁଖ୍ୟମନ୍ତ୍ରୀ ସୋମବାର କହିଛନ୍ତି ଯେ ସେ କୃଷକର ଆୟ ବୃଦ୍ଧି ନିମନ୍ତେ ଏମଏସପି ବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି।ଚାଷୀକୁ କିଭଳି ଠିକଣା ସମୟରେ ଆବଶ୍ୟକ ସାର ଓ ବ୍ୟାଙ୍କ ଋଣ ମିଳିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ଚାଷୀମାନଙ୍କୁ କୋଡ଼ିଏ ହଜ଼ାର କୋଟି ଟଙ୍କାର ଋଣ ଦିଆ ସରିଲାଣି। କାଳିଆ ଯୋଜନାରେ ଚାଷୀମାନଙ୍କୁ ୧୨୭୨ କୋଟି ଟଙ୍କା ଦିଆ ସରିଲାଣି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମିଲେଟ ମିଶନରେ ଓଡିଶା ସାରା ଦେଶର ଦୃଷ୍ଟି ଆକର୍ଷଣ କରିପାରିଛି। କଳାହାଣ୍ଡିର ଚାଷୀ ମାଛ ଚାଷରର ସାରା ଦେଶରେ ପ୍ରଥମ ହୋଇଛି । ଆମର ଚାଷୀ ଭାଇ ଭଉଣୀଙ୍କର ସଫଳତା ପାଇଁ ସେ ଗର୍ବିତ ବୋଲି କହିଥିଲେ।
” ମୁଁ ସଦାବେଳେ ଚାଷୀ ଭାଇ ଭଉଣୀ ମାନଙ୍କ ସହତି ରହଛି ଓ ସେମାନଙ୍କ ପାଇଁ କାମ କରୁଛି ଓ କରି ଚାଲିବି,”ବୋଲିି ମୁଖ୍ୟମନ୍ତ୍ରୀ କହିଛନ୍ତିି

Leave a Reply

Your email address will not be published. Required fields are marked *

Trending

Exit mobile version