ଦେଶ ବିଦେଶ

ଏଫ୍-୧୬ ବିମାନ ବ୍ୟବହାର ପାଇଁ ଅନୁମତି ଦେଲା କିଏ : ଆମେରିକା

Published

on

ନୂଆଦିଲ୍ଲୀ ୨/୩ : ପାକ୍ ଏଫ୍-୧୬ ଦ୍ୱାରା କରିଥିବା ଅନୁପ୍ରବେଶକୁ ନେଇ ଆମେରିକା ଅସନ୍ତୋଷ ପ୍ରକାଶ କରିଛି । ଏହାସହ ବିନା ଅନୁମତିରେ ଏହି ବିମାନକୁ କିପରି ବ୍ୟବହାର କରାଗଲା ତାକୁ ନେଇ ଆମେରିକା ପାକକୁ ପ୍ରଶ୍ନ କରିବା ସହ ଏହାର ତଦନ୍ତ ଆରମ୍ଭ କରିଛି ।  ପାକିସ୍ତାନ ଭାରତ ବିରୋଧରେ ବ୍ୟବହାର କରିଥିବା ଏଫ-୧୬ ବିମାନକୁ ବିନାନୁମତିରେ କିଭଳି ପ୍ରୟୋଗ କଲା ଆମେରିକା ତାହାର ତଦନ୍ତ କରୁଛି । କାରଣ ଏହି ବିମାନ ପାକକୁ ଆମେରିକା ଦେଇଛି । ଏହି ବିମାନକୁ କେବଳ ନିଜର ରକ୍ଷା ପାଇଁ ବ୍ୟବହାର କରାଯାଇପାରିବ । କୌଣସୀ ସେନା କାର‌୍ୟ୍ୟାନୁଷ୍ଠାନରେ ଏହାକୁ ବ୍ୟବହାର କରିବା ଠିକ୍ ନୁହେଁ । ଯାହା ଆମେରିକାର ନିୟମକୁ ଉଲଂଘନ କରୁଛି । ଏନେଇ ପାକକୁ ଚେତାବନୀ ମଧ୍ୟ ଦେଇଛି ଆମେରିକା ।

Leave a Reply

Your email address will not be published. Required fields are marked *

Trending

Exit mobile version