ଦେଶ ବିଦେଶ

ଏକାକୀ ଲଢିବୁ ବିଧାନସଭା ଉପ ନିର୍ବାଚନ : ଅଖିଳେଶ

Published

on

ନୂଆଦିଲ୍ଲୀ ୪/୬ : ମଙ୍ଗଳବାର ବହୁଜନ ସମାଜ ପାର୍ଟିର ପ୍ରମୁଖ ମାୟାବତୀ ଘୋଷଣା କରିଛନ୍ତି ଯେ, ସେ ଆଗାମୀ ଉପ ନିର୍ବାଚନରେ ଏକାକୀ ଲଢିବେ। ଅନ୍ୟ ପଟେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାବ ମଧ୍ୟ ଜବାବ ଦେଇ କହିଛନ୍ତି ଯେ, ଯଦି ବିଏସପି ଏମିତି ଚାହୁଁଛି ତେବେ ଆମେ ମଧ୍ୟ ଏକାକୀ ନିର୍ବାଚନ ଲଢିବାକୁ ପ୍ରସ୍ତୁତ।
ମାୟାବତୀଙ୍କ ପ୍ରେସ କନଫରେନ୍ସ ପରେ ମଙ୍ଗଳବାର ଅଖିଳେଶ ଯାଦବ ମଧ୍ୟ ସାମ୍ନାକୁ ଆସିଥିଲେ। ସେ କହିଛନ୍ତି ଯେ ମେଣ୍ଟ ବିଷୟରେ ସେ ଚିନ୍ତା କରି ବିଚାର କରିବେ, ଯଦି ରାସ୍ତା ଅଲଗା ହୁଏ ତେବେ ଆମେ ମଧ୍ୟ ଏହାକୁ ସ୍ଵାଗତ କରିବୁ ଏବଂ ଅଲଗା ମାର୍ଗରେ ଯିବୁ। ଉପ ନିର୍ବାଚନରେ ଯଦି ଏକାକୀ ଲଢିବାକୁ ନିଷ୍ପତ୍ତି ନିଆଯାଏ ତେବେ ପୁଣି ଆମେ ମଧ୍ୟ ଏକାକୀ ନିର୍ବାଚନ ଲଢିବାକୁ ପ୍ରସ୍ତୁତ।
ସୋମବାର ବିଏସପି ସୁପ୍ରିମୋ ମାୟାବତୀ ମଙ୍ଗଳବାର ପ୍ରେସ କନଫରେନ୍ସ କରି ଅଖିଳେଶ ଯାଦବ ଓ ଡିମ୍ପଲ ଯାଦବଙ୍କ ସହିତ ନିଜର ପାରିବାରିକ ସଂପର୍କର ଦ୍ଵାହି ଦେଇଥିଲେ। ଏହା ସହିତ କହିଥିଲେ ଯେ ରାଜନୀତି ମେଣ୍ଟକୁ ନେଇ ଏବେ ବି ବିଚାର କରିବା ବାକି ରହିଛି। ଅଖିଳେଶ ଯାଦବ ନିଜର ପାରମ୍ପରିକ ଭୋଟ୍ ଯାଦବ ଭୋଟରଙ୍କୁ ବୁଝାଇ ପାରିଲେ ନାହିଁ। ଏହି କାରଣରୁ ତାଙ୍କର ପତ୍ନୀ ଓ ନିଜ ଭାଇ ମଧ୍ୟ ନିର୍ବାଚନ ହାରିଗଲେ।
କେବଳ ଏତିକି ନୁହେଁ, ମାୟାବତୀ ଅଖିଳେଶ ଯାଦବଙ୍କୁ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ଯେ, ଯଦି ସେ ନିଜର ସଂଗଠନରେ ପରିବର୍ତ୍ତନ ଚାହାନ୍ତି ତେବେ ମେଣ୍ଟ ଆଗକୁ ବଢିପାରିବ। ନଚେତ୍ ରାସ୍ତା ଅଲଗା ହେବା ଥୟ। ଏବେ ଅଖିଳେଶଙ୍କ ବୟାନରେୁ ସ୍ପଷ୍ଟ ହୋଇ ଯାଇଛି ଯେ, ସାଇକେଲ୍ ଓ ହାତୀ ଏକ ସଙ୍ଗେ ଆଗକୁ ବଢିବା ମୁସ୍କିଲ ହୋଇ ପଡିଛି।

Leave a Reply

Your email address will not be published. Required fields are marked *

Trending

Exit mobile version