ଦେଶ ବିଦେଶ

ଏଏନ-୩୨ର ୧୩ କ୍ରିୟୁ ମେମ୍ବର ମୃତ

Published

on

ନୂଆଦିଲ୍ଲୀ ୧୩/୬ : ଏଏନ-୩୨ ବିମାନରେ ଥିବା ସମସ୍ତ ୧୩ କ୍ରିୟୁ ମେମ୍ବରଙ୍କୁ ମୃତ ଘୋଷଣା କରିଛି ବାୟୁସେନା । ଦୁର୍ଘଟଣାସ୍ଥଳକୁ ଯାଇଥିବା ସ୍ୱତନ୍ତ୍ର ଦଳ ସୂଚନା ଦେବା ପରେ ଏହା ଘୋଷଣା କରିଛି ବାୟୁସେନା । ବାୟୁସେନା ପକ୍ଷରୁ ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଯାଇଛି ।
ମଙ୍ଗଳବାର ଭଗ୍ନାବଶେଷ ଠାବ ହେବା ପରେ ଗତକାଲି କ୍ରିୟୁ ମେମ୍ବରଙ୍କ ସନ୍ଧାନରେ ଯାଇଥିଲେ ସ୍ୱତନ୍ତ୍ର ଟିମ୍ । ସ୍ୱତନ୍ତ୍ର ହେଲିକପ୍ଟର ସହାୟତାରେ ଯାଇ ଏୟାର ଲିଫ୍ଟ ଜରିଆରେ ଦୁର୍ଘଟଣା ସ୍ଥଳରେ ପହଂଚିଥିଲେ ଏହି ଟିମ୍ । ସେଠାରୁ ତଥ୍ୟ ସଂଗ୍ରହ କରିବା ପରେ ଆଜି ବାୟୁସେନାକୁ ତଥ୍ୟ ଦେଇଥିଲେ । ସ୍ୱତନ୍ତ୍ର ବିମାନରେ ଓଡିଆ ପାଇଲଟ ସୁନୀତ ମହାନ୍ତିଙ୍କ ସମେତ ୧୩ ଜଣ କ୍ରିୟୁ ମେମ୍ବର ରହିଥିଲେ । ଗତ ୩ତାରିଖରେ ଉଡାଣ ଭରିବା ପରେ ଅରୁଣାଂଚଳ ପ୍ରଦେଶ ଘଂଚ ଜଙ୍ଗଲିଆ ଅଂଚଳର ଆକାଶରେ ହଠାତ୍ ନିଖୋଜ ହୋଇଯାଇଥିଲା ବାୟୁ ସେନାର ବିମାନ । ତେବେ ବିମାନ ନିଖୋଜ ହେବାର ଦୀର୍ଘ ୧୦ ଦିନ ପରେ ଏଏନ୩୨ ବିମାନର ଭଗ୍ନାବଶେଷ ଠାବ କରାଯାଇଥିଲା । କିନ୍ତୁ ପାଗ ଖରାପ ଯୋଗୁଁ ସେଠାରେ ପହଂଚିବା କଷ୍ଟକର ଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version